www.samajalive.in
Sunday, December 7, 2025
18.1 C
Bhubaneswar

୫ଶହ ମିଟର ରାସ୍ତା ନିର୍ମାଣକୁ ୯ ମାସ ବିତିଲା: କାମ ଅଧାରଖି ଠିକାଦାର ଚମ୍ପଟ, ଅଧିକାରୀ କହୁଛନ୍ତି ବାଲି ମିଳୁନି

ସୁଆଣ୍ଡୋ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଗ୍ରାମ ସୁଆଣ୍ଡୋକୁ ଚନ୍ଦନପୁର ବ୍ରାଞ୍ଚ କେନାଲ ବନ୍ଧ ରାସ୍ତା ଦେଇ ଯିବାକୁ ହୋଇଥାଏ । ଉକ୍ତ ରାସ୍ତାରେ ଗଲେ ମାତ୍ର ୫ ଶହ ମିଟର ଯିବା ପରେ ସୁଆଣ୍ଡୋ ଗାଁ। ଏହି ରାସ୍ତା ନିର୍ମାଣ କରିବାକୁ ପୁରୀ ଜିଲା ଗୃହ ଓ ରାସ୍ତା ନିର୍ମାଣ ବିଭାଗକୁ ୯ ମାସ ଲାଗିଲାଣି ପଛେ ତାହା ସରିପାରିଲା ନାହିଁ । ଠିକାଦାର ରାସ୍ତାକୁ ଖୋଳି ତାଡି ଚାଲିଯାଇଛି । ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କହୁଛନ୍ତି ବାଲି ମିଳୁନି ତେଣୁ ରାସ୍ତା କାମ ବିଳମ୍ବ ହେଉଛି।

ଅନ୍ୟପକ୍ଷରେ ୨ ମାସରେ କାମ ସାରିବାକୁ ପୁରୀ ଜିଲାପାଳ ସମର୍ଥ ବର୍ମା ପୁର୍ତ୍ତବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏବେ ୪ ମାସ ବିତିଯାଇଥିଲେ ସୁଦ୍ଧା ଉକ୍ତ ରାସ୍ତା ନିର୍ମାଣ ହୋଇନାହିଁ । ସେହିପରି ଏହି ରାସ୍ତାରେ ୩ଟି ଟ୍ରକ ଦୁର୍ଘଟଣା ଘଟି ସାରିଲେଣି । ସୁଆଣ୍ଡୋକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହ୍ୟ ଗ୍ରାମ ଭାବେ ଗଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏଠାରେ ଐତିହ୍ୟ ପ୍ରକଳ୍ପର ନିର୍ମାଣ ଚାଲିଛି। ଇତିମଧ୍ୟରେ ୫ଟି ସଚିବ ଭି କେ ପାଣ୍ଡିଆନ, ସଂସ୍କୃତି ସଚିବ ପୁର୍ତ୍ତବିଭାଗ ସଚିବ ଜିଲାପାଳ ଓବିସିସିର ଅଧିକାରୀମାନେ ସୁଆଣ୍ଡୋକୁ ଗସ୍ତ କରୁଛନ୍ତି । ରାସ୍ତାର ଦୂରାବସ୍ଥା ଦେଖି ତୁରନ୍ତ ଏହାର ନିର୍ମାଣ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍ କରିଯାଇଛନ୍ତି । ଅନ୍ୟପକ୍ଷେ ସତ୍ୟବାଦୀ ଅଞ୍ଚଳରେ ସରକାରୀ ରାସ୍ତା ପୋଲ ଘର ନିର୍ମାଣ କରିବାକୁ ବାଲି ମିଳୁଥିବା ବେଳେ ପୁର୍ତ୍ତବିଭାଗକୁ ବାଲି ମିଳୁନି ମତାମତକୁ ସହଜରେ ଲୋକ ମାନେ ଗ୍ରହଣ କରିପାରୁ ନାହାଁନ୍ତି । ପୁର୍ତ୍ତବିଭାଗ ଉଦାସୀନ ରହୁଛନ୍ତି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି। ତେବେ ବହୁତ ବିଳମ୍ବ ହୋଇଯାଇଥିଲେ ମଧ୍ୟ ତୁରନ୍ତ ଉକ୍ତ କେନାଲ ବନ୍ଧ ରାସ୍ତା ନିର୍ମାଣ ଶେଷ କରିବାକୁ ଗୋପବନ୍ଧୁ ସ୍ରୋତ ପରିଷଦ ସଭାପତି ଧୀରେନ୍ଦ୍ର ନାଥ ଦାସ ଓ ଅନ୍ୟମାନେ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories