BJD Bijuli 480×75 Mob

ବାରମ୍ବାର ବିଦ୍ୟୁତ କାଟ .-ବଲାଙ୍ଗୀରରେ ରାସ୍ତାରୋକ ସହ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

BJD Bijuli 480×75 Mob

ବଲାଙ୍ଗିର: ବଲାଙ୍ଗିର ସହରରେ ଦୀର୍ଘ ଦିନ ଧରି ବିଦ୍ୟୁତ ସରୋବରାହରେ ବିଭ୍ରାଟ ଦେଖା ଦେଉଛି । ଖରା ଦିନେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଥିବାରୁ ବାରମ୍ବାର ବିଜୁଳିକାଟ ଯୋଗୁଁ ଅବସ୍ଥା ଅସମ୍ଭାଳ ହେଉଛି । ଏଥିଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ଯୋଗ ଯୋଗ କରିବାକୁ ଚେଷ୍ଟା କରିବା ବେଳେ ସେମାନେ ଫୋନ୍‌ ଉଠାଉ ନଥିବା ଅଭିଯୋଗ ହୋଇଛି । ଏହାପରେ ସ୍ଥାନୀୟ ବାସିନ୍ଦା ଗ୍ରୀଡକୋର କାର୍ଯ୍ୟାଳୟକୁ ଘେରାଉ କରିବା ସହ ରାସ୍ତାରୋକ କରିଥିଲେ ।

ଟାୟରା ଜାଳି ରାଜରାସ୍ତାକୁ ପ୍ରାୟ ଅଢେଇ ଘଣ୍ଟା ଧରି ଚକାଜାମ କରିଦେଇଥିଲେ। ଯାହା ଫଳରେ ବଲାଙ୍ଗିର-ଭାବନୀପଟଣା ୨୬ ନମ୍ବର ଜାତୀୟ ରାଜପଥରେ କେବଳ ଆମ୍ବୁଲାନ୍ସ ବ୍ୟତୀତ ଯାତ୍ରୀ ବାହୀ ବସ,ମାଲବାହୀ ଟ୍ରକ ସମେତ ଅନେକ ଚାରି ଚକିଆ ଯାନ ଫସି ରହିଥିଲା। ପରେ ଜିଲାପାଳ ଅରିନ୍ଦମ ଡାକୁଆ,ଏସପି କେ,ଶିଭା ସୁବ୍ରମଣି,ଅତିରିକ୍ତ ଏସପି ସୁବାଷଚନ୍ଦ୍ର ଜମାଦାର ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇ ପାଇଁ ଚେଷ୍ଟା କରିଥିଲେ । ସେଠାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ଜିଲାପାଳ ଓ ଏସପି ଦୁହେଁ ଲୋକଙ୍କୁ ବୁଝାଇବାକୁ ଚେଷ୍ଟ କରିଥିଲେ ହେଁ ରାଜରାସ୍ତାରୁ ଲୋକେ ହଟିନଥିଲେ। ଜିଲାପାଳ ଡାକୁଆଙ୍କ ପରାମର୍ଶ କର୍ମେ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ଘୋଷ ଘଟଣା ସ୍ଥଳରେ ପହଞ୍ଚିଥିଲେ ଥିଲେ । କାଳ ବୈଶାଖି କାରଣରୁ ବାରମ୍ବାର ତାର ଛିଡିବା ଓ ବିଦ୍ୟୁତ କର୍ମଚାରୀ କମ୍‌ ଥିବା ଦେଖାଇ ସେ ନିଜର ଅସହାୟତା ପ୍ରକାଶ କରିଥିଲେ । ଆଗକୁ ଏପରି ଘଟଣାର ପୁନରାବୃତି ହେବ ନାହିଁ ବୋଲି ପ୍ରତିଶୃତି ଦେବା ପରେ ଲୋକ ରାସ୍ତାରୋକରୁ ହଟିଥିଲେ ।

Comments are closed.