www.samajalive.in
Sunday, November 16, 2025
15.1 C
Bhubaneswar

ବିଜେବିରେ ଛାତ୍ର ଅଶାନ୍ତି; ରାସ୍ତାରୋକ ପଛରେ ଅଧ୍ୟାପକ !

ଭୁବନେଶ୍ବର: ବିଜେବି ଜୁନିୟର କଲେଜରେ ଶନିବାର ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। ପରୀକ୍ଷାକୁ ବିରୋଧ କରି ବାଣିଜ୍ୟ ବିଭାଗର ଯୁକ୍ତ ଦୁଇ ପ୍ରଥମ ବର୍ଷର କିଛି ଛାତ୍ରଛାତ୍ରୀ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଛାତ୍ରଛାତ୍ରୀଙ୍କ ପରୀକ୍ଷା ଜନିତ ସନ୍ଦେହକୁ କଲେଜ ଅଧ୍ୟକ୍ଷ ଦୂର କରିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା। ତେବେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପଛରେ ବାଣିଜ୍ୟ ବିଭାଗର କିଛି ଅଧ୍ୟାପକଙ୍କ ହାତ ରହିଥିବା ଅଭିଯୋଗ ହୋଇଛି।

କିଛି ଅଧ୍ୟାପକ ଛାତ୍ରଛାତ୍ରୀଙ୍କୁ ମିସ୍ ଗାଇଡ କରିଥିବାରୁ ସେମାନଙ୍କ ପ୍ରରୋଚନାର ଶିକାର ହୋଇଥିବା ଆନ୍ଦୋଳନ କରିଥିବା ଅଧ୍ୟକ୍ଷ କହିଛନ୍ତି। ଏନେଇ ଏକ ଷ୍ଟାଫ୍ କାଉନସିଲ୍ ବୈଠକ ବସିବ। ଦୋଷ ପ୍ରମାଣିତ ହେଲେ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ବିଭାଗକୁ ସୁପାରିସ କରାଯିବ। ସେହିପରି ଆନ୍ଦୋଳନରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ସ୍ଥଳେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories