www.samajalive.in
Monday, December 15, 2025
27.1 C
Bhubaneswar

ସଡ଼କ ଦୁର୍ଘଟଣାରେ ଚାଲିଗଲା ନବବିବାହିତାଙ୍କ ଜୀବନ, ୨ ଘଣ୍ଟା ଧରି ରାସ୍ତା ଅବରୋଧ

ଅମର୍ଦ୍ଦାରୋଡ଼ : ବସ୍ତା ଥାନା, ୧୬ ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ନବ ବିବାହିତାଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ବାମୀ ଆହତ ହୋଇଛନ୍ତି। ମୃତ ମହିଳା ଜଣକ ହେଲେ ସୋର ଥାନା ବେଲପୁର ଅଞ୍ଚଳର ଜବୁ ବକ୍କର ସିଦ୍ଦିକଙ୍କ ପତ୍ନୀ କରିସ୍ମା ଖାତୁନ(୨୮)। ଘଟଣା ଅନୁସାରେ ଅଢେଇ ମାସ ପୂର୍ବେ ବାଲେଶ୍ବର ଜିଲା ଚନ୍ଦନେଶ୍ବର ଅଞ୍ଚଳରେ କନିଷ୍ଠ ଶିକ୍ଷକ ଚାକିରି ପାଇଥିବା ଜବୁ ବକ୍କର ଗତ ଜାନୁଆରୀ ୧୦ ତାରିଖରେ କରିସ୍ମାଙ୍କୁ ବିବାହ କରିଥିଲେ। ପରେ ଉଭୟେ ଏକତ୍ରିତ ହୋଇ ରହୁଥିଲେ। ତେବେ ଦୁହେଁ ମଙ୍ଗଳବାର ପୂର୍ବାହ୍ଣ ୯:୩୦ ସମୟରେ ଏକ ସ୍କୁଟି (ଓଡ଼ି ୦୧ ଏଓ୍ବାଇ ୯୦୭୨) ଯୋଗେ ସୋର ଠାରେ ଥିବା ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାଲାଗି ବାହାରିଥିଲେ।ଏହି ସମୟରେ ଜଳେଶ୍ବର-ବାଲେଶ୍ବର ଜାତୀୟ ରାଜପଥର ଭୋଲୋରା ସେର-ଇ-ପଞ୍ଜାବ ହୋଟେଲ ସମ୍ମୁଖରେ ହମ୍ପସଟିଏ ଥିବା ପୂର୍ବାନୁମାନ ନକରି ପାରି ହମ୍ପସ ମଝିରେ ଥିବା ଫାଙ୍କା ରାସ୍ତା ଦେଇ ପାରି ହେବା ଉଦ୍ଦେଶ୍ୟରେ ଜବୁ ସ୍କୁଟିଟିକୁ ହଠାତ୍ କାଟି ଦେବାରୁ କରିସ୍ମା ରାସ୍ତାର ଡ଼ାହାଣ ପାର୍ଶ୍ବକୁ ଏବଂ ଭାରସାମ୍ୟ ହରାଇ ସ୍କୁଟି ସହ ଜବୁ ରାସ୍ତାର ବାମ ପାରିକୁ ପଡ଼ିଯାଇଥିଲେ। ଫଳରେ ପଛରୁ ଆସୁଥିବା ଟ୍ରେଲର (ଆରଜେ ୦୬ଜିଡ଼ି ୯୪୭୩) କରିସ୍ମାଙ୍କ ଉପରକୁ ମାଡ଼ିଯାଇଥିଲା। ଘଟଣାସ୍ଥଳରେ କରିସ୍ମାଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଜବୁଙ୍କୁ ଉଦ୍ଧାର କରାଯାଇ ବସ୍ତା ହସ୍ପିଟାଲକୁ ପଠାଯାଇଥିଲା।

ଦୀର୍ଘ ୧୫ ବର୍ଷ ଧରି ଉକ୍ତ ଛକ ନିକଟରେ ଜାତୀୟ ରାଜପଥ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ପ୍ରତିବାଦରେ ସ୍ଥାନୀୟ ଲୋକେ ଦୀର୍ଘ ଦୁଇଘଣ୍ଟା ଧରି ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଯାହା ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ରହିଥିଲା। ଖବର ପାଇ ଅମର୍ଦ୍ଦାରୋଡ଼ ଫାଣ୍ଡି ପୁଲିସ ସହ ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରା ପହଞ୍ଚି ଲୋକଙ୍କୁ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା ଚଳାଇଥିଲେ। ପରେ ପୁଲିସ ଉପଖଣ୍ଡ ଅଧିକାରୀ ବ୍ରଜମୋହନ ପ୍ରଧାନ ଏବଂ ତହସିଲଦାର ରାଧାରଞ୍ଜନ ଦାସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ତହସିଲଦାର ଦାସ ଜିଲାପାଳ ଏବଂ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା ହେବାପରେ ଆସନ୍ତା ୨୦ ଦିନ ମଧ୍ୟରେ ଉକ୍ତ ଛକର ମରାମତି କାର୍ଯ୍ୟ ଶେଷ ହେବାର ଏବଂ ରେଡ଼କ୍ରସ ଫାଣ୍ଠିରୁ ୨୦ ହଜାର ସହାୟତା ରାଶି ମୃତକଙ୍କ ପରିବାରକୁ ଦିଆଯିବାର ପ୍ରତିଶୃତି ମିଳିବା ପରେ ଅବରୋଧ ହଟିଥିଲା । ଏ ସଂକ୍ରାନ୍ତରେ ବସ୍ତା ଥାନାରେ ଏକ ମାମଲା ନଂ ୧୪/୨୫ ରୁଜୁ ହୋଇ ବ୍ୟବଚ୍ଛେଦ ପରେ ମୃତ ଦେହକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର ହୋଇଛି।ଏହି ଘଟଣାରେ ପୁଲିସ ଟ୍ରେଲର ଏବଂ ଏହାର ଚାଳକକୁ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories