ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ 

କଣ୍ଟାବାଞ୍ଜି : ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସୁଲେକେଲାଠାରେ ଚାଲିଥିବା ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି l ଗତ ଆଠ ଦିନ ଧରି ଚାଲିଥିବା ଏହି ଶିବିରକୁ ଅଧ୍ୟକ୍ଷ ସହସ୍ରଂଶୁ ହୋତା ବିଦ୍ଧିବଦ୍ଧ ଭାବରେ ସମାପ୍ତ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜନୀତି ବିଜ୍ଞାନ ଅଧୟାପକ ବିବେକାନନ୍ଦ ଠାକୁର ଏହି ତାଲିମ ଶିବିରର ଶିକ୍ଷା ଗ୍ରହଣ କରି ଅଭ୍ୟାସ ପୂର୍ବକ ଆବଶ୍ୟକ ପଡ଼ିଲେ କାମରେ ଲଗାଇବାକୁ ପରାମର୍ଶ ଦେଇଥିଲେ । କୃତୀ ଛlତ୍ରୀମାନଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା । ଶିବିରକୁ ସହଯୋଗ କରିଥିବାରୁ ଓଡ଼ିଆ ବିଭାଗ ଅଧ୍ୟାପକ ମିଲକି ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.