ତାମିଲନାଡୁର ଫ୍ଲାଏଓଭରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୪ ମୃତ

ନୂଆଦିଲ୍ଲୀ : ତାମିଲନାଡୁର ଧର୍ମପୁରୀ ଜିଲ୍ଲାରେ ସଡକ ଦୁର୍ଘଟଣା ଫଳରେ ୪ ଜଣଙ୍କ ମୃତ୍ୟୁ ହେବା ସହ ୮ ଜଣ ଆହତ ହୋଇଛନ୍ତି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜରୁ ଦେଖିବାକୁ ମିଳୁଛି କି ଏକ ଟ୍ରକ୍ ତୀବ୍ର ଗତିରେ ଆସି ଆଉ ଏକ ଟ୍ରକ୍ ଓ ଗାଡିଗୁଡିକୁ ଧକ୍କା ଦେଉଛି । ଏହା ପରେ ଟ୍ରକ୍ ନିଜ ନିୟନ୍ତ୍ରଣ ହରାଇ ଫ୍ଲାଇଓଭରରୁ ତଳକୁ ଖସିପଡୁଛି ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଘଟଣାରେ ଗଭୀର ଶୋକ ପ୍ରକାଶ କରି ମୃତାହତଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଦେବା ପାଇଁ ଘୋଷଣା କରିଛନ୍ତି ।

ଦୁର୍ଘଟଣାସ୍ଥଳରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଗଲା ଏବଂ ଅଗ୍ନିଶମ ବାହିନୀ ସମେତ ଅନେକ ଜରୁରିକାଳୀନ ସେବା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ଦୁର୍ଘଟଣା ପରେ ତତକ୍ଷଣାତ୍ ୩ଟି ଟ୍ରକରେ ନିଆଁ ଲାଗିଯାଇଥିଲା । ଏହି ଘଟଣା ପରେ ଧର୍ମପୁରୀ ସାଂସଦ ତଥା ଡିଏମକେ ନେତା ଏଭଳି ଦୁର୍ଘଟଣାକୁ ରୋକିବା ପାଇଁ ଏଲିଭେଟେଡ୍ ନ୍ୟାସନାଲ୍ ହାଇଓ୍ବେ ନିର୍ମାଣ ନେଇ କେନ୍ଦ୍ର ସରକାରଙ୍କୁ ଅପିଲ୍ କରିଛନ୍ତି ।

Comments are closed.