www.samajalive.in
Sunday, December 7, 2025
14.1 C
Bhubaneswar

ଜଳସମ୍ପଦ ବିଭାଗ ଅବହେଳାରୁ କେନାଲ ବନ୍ଧ ରାସ୍ତା ମରଣଯନ୍ତା

ସୁଆଣ୍ଡୋ: କେନାଲ ବନ୍ଧ ରାସ୍ତା ମରାମତି କରାଯାଉ ନଥିବା ହେତୁ ପୁରୀ ଜିଲା ସତ୍ୟବାଦୀ ବ୍ଲକର ୧୦/ ୧୨ ଖଣ୍ଡ ଗ୍ରାମର ସହସ୍ରାଧିକ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ସାକ୍ଷୀଗୋପାଳ ବ୍ରାଞ୍ଚ କେନାଲ ପଶ୍ଚିମ ତରଫ ସାରଙ୍ଗଯୋଡିଠାରୁ ରଥ ପୁରୁଷୋତ୍ତମପୁର ପର୍ଯ୍ୟନ୍ତ ୧୦ କି.ମି. ରାସ୍ତା ଖାଲଖମା ହୋଇ ମରଣଯନ୍ତାରେ ପରିଣତ ହୋଇଛି । ଉକ୍ତ ରାସ୍ତାଟି ସାକ୍ଷୀଗୋପାଳ ଜଳ ସଂପଦ ବିଭାଗ ଉପଖଣ୍ଡ ଅଧିନରେ ରହିଛି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ସ୍ଥାନୀୟ ଗ୍ରାମବାସୀ ପୂର୍ଣ୍ଣଚନ୍ଦ୍ର ବେହେରା ଫଗୁ ଚରଣ ସାହୁ ଓ ଗୌରହରି ପରିଡା ପ୍ରମୁଖ ଜଣେଇଲେ ସୁଦ୍ଧା ରାସ୍ତା ମରାମତି କରାଯାଉନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଉକ୍ତ ରାସ୍ତାର ଖାଲଖମାରେ ପାଣି ଜମି ରହିବା ହେତୁ ନିତିଦିନ ଦୁର୍ଘଟଣା ଘଟୁଛି। ବଳପୁର ଆନନ୍ଦପୁର କୋଠସାହି ଦକ୍ଷିଣିସାହି ସାରଙ୍ଗଯୋଡି ସରସ୍ୱତୀପୁର ବନମାଳୀପୁର ରଥପୁରୁଷୋତ୍ତମପୁର ଆଦି ଗ୍ରାମବାସୀ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ସେହିପରି ୩୧୬ ନଂ ଜାତୀୟ ରାଜପଥକୁ ଏହି କେନାଲ ବନ୍ଧ ରାସ୍ତାକୁ ତିନିଗୋଟି ପକ୍କା ରାସ୍ତା ସଂଯୋଗ କରୁଥିବାରୁ ପ୍ରତିଦିନ ଶହ ଶହ ବାଇକ, ଟ୍ରାକ୍ଟର, କାର, ଟ୍ରକ ଆଦି ଯାନ ଏହି ବାଟରେ ଯିବାଆସିବା କରିଥାଏ। ସତ୍ୟବାଦୀ ବିଧାୟକ କହନ୍ତି ଖୁବ୍ ଶୀଘ୍ର ଉକ୍ତ ରାସ୍ତାର ମରାମତି କରାଯିବ । ଉକ୍ତ ରାସ୍ତାର ମରାମତି ତୁରନ୍ତ କରିବାକୁ ଜିଲାପାଳଙ୍କୁ ଦାବି କରିଛନ୍ତି ଗ୍ରାମବାସୀ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories