ରାଉରକେଲା : ରାଉରକେଲାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ରାଜ୍ୟରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ଟ୍ରେନ ଲାଇନ୍ କଡ଼ରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ରଘୁନାଥପାଲ୍ଲୀ ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗକୁ ଭିତ୍ତିକରି ପୁଲିସ୍ ଘଟଣାରେ ସମ୍ପୃକ୍ତ ୨ ଜଣ ଯୁବକଙ୍କୁ ଅଟକ ରଖ ପଚରାଉଚରା କରୁଛି। ରଘୁନାଥପଲ୍ଲୀ ଥାନା ପଛପଟେ ଥିବା ରେଳ ଧାରଣାରେ ଜଣେ ଯୁବତୀ ଦୌଡୁଥିବାର ଦେଖି କିଛି ସ୍ଥାନୀୟ ଲୋକେ ପୁଲିସ୍ କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବତୀ ଜଣଙ୍କୁ ଉଦ୍ଧାର କରିଛି। ତେବେ ଯୁବତୀ ଜଣଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।
ଯୁବତୀଙ୍କୁ ଗଣଦୁଷ୍କର୍ମ ! ଦୁଇ ଅଟକ
Popular Categories



