www.samajalive.in
Saturday, December 6, 2025
16.1 C
Bhubaneswar

ଉଡ଼ାଣ ଭରିବାବେଳେ ପକ୍ଷୀ ମାଡ଼, ଏୟାର ଇଣ୍ଡିଆର ବିମାନ ବାତିଲ

ନୂଆଦିଲ୍ଲୀ: କଲମ୍ବୋରୁ ଚେନ୍ନାଇ ଯାଉଥିବା ଏୟାର ଇଣ୍ଡିଆର ବିମାନରେ ଅଘଟଣ । ମଙ୍ଗଳବାର ବାର୍ଡ ହିଟ ଯୋଗୁଁ ବିମାନକୁ ବାତିଲ କରାଯାଇଥିବା  ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି।

ଘଟଣା ସମୟରେ ବିମାନରେ ୧୫୮ ଜଣ ଯାତ୍ରୀ ଉପସ୍ଥିତ ଥିଲେ। ତେବେ ବିମାନଟିକୁ ସୁରକ୍ଷିତ ଭାବରେ ଅବତରଣ କରାଯାଇ ସେଥିରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା।

- Advertisement -

ଏହି ଘଟଣା ପରେ ବିମାନକୁ ଗ୍ରାଉଣ୍ଡ କରାଯାଇ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯାଇଥିଲା। ତେବେ ଏହାର ସୁରକ୍ଷା ଦୃଷ୍ଟିରୁ ବିମାନ କମ୍ପାନୀ ପ୍ରତ୍ୟାବର୍ତ୍ତନ ବିମାନ ବାତିଲ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହି ଘଟଣାରେ ପ୍ରଭାବିତ ଯାତ୍ରୀମାନଙ୍କ ପାଇଁ ବିମାନ କମ୍ପାନୀ ଅନ୍ୟ ଏକ ବିମାନ ବ୍ୟବସ୍ଥା କରିଥିଲା। ଉକ୍ତ ବିମାନରେ ୧୩୭ ଜଣ ଯାତ୍ରୀ କଲମ୍ବୋ ଅଭିମୁଖେ ଯାତ୍ରା କରିଥିଲେ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories