www.samajalive.in
Friday, December 5, 2025
23.1 C
Bhubaneswar

ପଦାର୍ଥ ବିଜ୍ଞାନରେ କ୍ଲାର୍କ, ଡେଭୋରେଟ, ମାର୍ଟିନିସଙ୍କୁ ନୋବେଲ

ସମାଜ ଡିଜିଟାଲ ଡେସ୍କ: ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ପଦାର୍ଥ ବିଜ୍ଞାନୀ ଜନ କ୍ଲାର୍କ, ବୈଜ୍ଞାନିକ ମାଇକେଲ ଡେଭୋରେଟ ଏବଂ ବୈଜ୍ଞାନିକ ଜନ ମାର୍ଟିନିସଙ୍କୁ ଏହି ପୁରସ୍କାର ମିଳିଛି। ଏକ ଇଲେକ୍ଟ୍ରିକ ସର୍କିଟରେ କ୍ଵାଣ୍ଟମ ମେକାନିକାଲ ଟନେଲିଂ ଏବଂ ଏନର୍ଜୀ କ୍ଵାଣ୍ଟାଇଜେସନର ଆବିସ୍କାର କ୍ଷେତ୍ରରେ ସେମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି।

ରୟାଲ ସ୍ଵେଡିଶ ଏକାଡେମୀ ଏଫ ସାଇନସେସ ତରଫରୁ ଦିଆଯାଉଥିବା ଏହି ପୁରସ୍କାର ବାବଦରେ ୩ ବୈଜ୍ଞାନିକଙ୍କୁ ୧୧ ମିଲିଅନ ସ୍ଵେଡିଶ କ୍ରନର (ପ୍ରାୟ ୧୦ କୋଟି ଟଙ୍କା) ପ୍ରଦାନ କରାଯିବ। କ୍ଲାର୍କ ଏବଂ ମାର୍ଟିନିସ କାଲିଫର୍ନିଆ ବିଶ୍ଵବିଦ୍ୟାଳୟ ସହିତ ଜଡ଼ିତ ଥିବାବେଳେ ଡେଭୋରେଟ ୟେଲ ବିଶ୍ଵବିଦ୍ୟାଳୟ ଏବଂ କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟ ସହିତ ସମ୍ପୃକ୍ତ ରହିଛନ୍ତି।

- Advertisement -

କ୍ଲାର୍କ ବ୍ରିଟେନର କେମ୍ବ୍ରିଜରେ ୧୯୪୨ରେ ଜନ୍ମଗ୍ରହଣ କରିଥିଲେ। ସେ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରୁ ୧୯୬୮ରେ ପିଏଚ.ଡି ଡିଗ୍ରୀ ହାସଲ କରିଥିଲେ। ବର୍ତ୍ତମାନ ସେ କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟରେ ପ୍ରଫେସର ଅଛନ୍ତି।

ଡେଭୋରେଟ ୧୯୫୩ରେ ଫ୍ରାନ୍ସରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୮୨ରେ ପ୍ୟାରିସ-ସୁଦ ବିଶ୍ଵବିଦ୍ୟାଳୟରୁ ପିଏଚ.ଡି ଡିଗ୍ରୀ ଲାଭ କରିଥିଲେ। ସେ ବର୍ତ୍ତମାନ ୟେଲ ବିଶ୍ଵବିଦ୍ୟାଳୟରେ ପ୍ରଫେସର ଅଛନ୍ତି। ସେହିପରି ୧୯୫୮ରେ ଜନ୍ମିତ ମାର୍ଟିନିସ ଏବେ କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟରୁ ପିଏଚ.ଡି ଡିଗ୍ରୀ ହାସଲ କରିଛନ୍ତି। ୧୯୮୦ରୁ ଏହି ୩ ବୈଜ୍ଞାନିକ ଏକାଠି ଗବେଷଣା କରୁଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories