www.samajalive.in
Friday, December 5, 2025
23.1 C
Bhubaneswar

ଆମ ସଂସ୍କୃତିକୁ ରୁଦ୍ଧିମନ୍ତ କରିଛନ୍ତି ମହର୍ଷି ବାଲ୍ମିକୀ: ମନମୋହନ ସାମଲ

ଭୁବନେଶ୍ୱର: ଆଜି ହେଉଛି ଆଦି କବି ମହର୍ଷି ବାଲ୍ମିକୀଙ୍କ ଜୟନ୍ତୀ। ମହର୍ଷୀ ବାଲ୍ମିକୀଙ୍କ ଦ୍ୱାରା ରଚନା କରାଯାଇଥିବା ମହାନ୍ ଗ୍ରନ୍ଥ ରାମାୟଣ କେବଳ ଏକ ବିଷୟ ନୁହେଁ, ଏହା ହେଉଛି ପରମ୍ପରା ଓ ସଂସ୍କୃତିର ଅଦ୍ୱିତୀୟ ସମନ୍ୱୟ। ଏହା ହେଉଛି ଆମ ଜୀବନଧାରାର ଅଂଶବିଶେଷ। ସମାଜରେ ଯେତେବେଳେ କୌଣସି ବିଷୟକୁ ନେଇ ନିରାଶ ଭାବ ଆସେ ସେତେବେଳେ ଆମେ ରାମାୟଣର କଥା ମନେପକାଉ । ରାମାୟଣ ହେଉଛି ଆମ ସମସ୍ତଙ୍କ ପ୍ରେରଣାର ଉତ୍ସ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମଙ୍ଗଳବାର ଆଦି କବି ମହର୍ଷି ବାଲ୍ମିକୀଙ୍କ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ ଏହା କହିଛନ୍ତି।

ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ =ସାମଲ କହିଛନ୍ତି ଯେ, ରାମ ରାଜ୍ୟ କିପରି ଆସିବ ସେ ବିଷୟରେ ମହର୍ଷି ବାଲ୍ମିକୀ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ । ତ୍ୟାଗ, ନିଷ୍ଠା, କଠିନ ପରିଶ୍ରମର ପରିସୀମା କେତେ, ସମାଜରେ ଯିଏ ସୁଧାର କରିବ ତାର କର୍ତ୍ତବ୍ୟ କ’ଣ ସେ ବିଷୟରେ ମହର୍ଷି ବାଲ୍ମିକୀ ରାମାୟଣ ମାଧ୍ୟମରେ ଉଲ୍ଲେଖ କରି ଆମ ସଂସ୍କୃତିକୁ ରୁଦ୍ଧିମନ୍ତ କରିଛନ୍ତି । ଆଜି ମନୁଷ୍ୟ ନିଜର ଆଶା ପୂରଣ କରି ନ ପାରିଲେ ଦୁଃଖୀ ହୋଇଯାଉଛି । ନକରାତ୍ମକ ଚିନ୍ତାଧାରା ପରିତ୍ୟାଗ କରି ସକରାତ୍ମକ ଚିନ୍ତା କଲେ ନିରାଶ ଭାବ ଦୂରହୋଇପାରିବ ବୋଲି ମହର୍ଷି ବାଲ୍ମିକୀ ଶିକ୍ଷା ଦେଇଛନ୍ତି।  ସେ ସମାଜ ପାଇଁ ଯାହା ଦେଇଛନ୍ତି ତାହା ଯୁଗଯୁଗ ପାଇଁ ଲିପିବଦ୍ଧ ହୋଇରହିବ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସଂଘର୍ଷ କରିପାରିଲେ ଅସମ୍ଭବ ବି ସମ୍ଭବ ହୋଇପାରିବ ବୋଲି ସାମଲ କହିଛନ୍ତି ।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ବିଧାୟକ ଛବି ମଲ୍ଲିକ, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ, ଅନୁସୂଚିତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକ, ବରିଷ୍ଠ ନେତା ରଞ୍ଜନ ପଟେଲ ଓ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories