www.samajalive.in
Wednesday, December 10, 2025
14.1 C
Bhubaneswar

ଆମ ସଂସ୍କୃତିକୁ ରୁଦ୍ଧିମନ୍ତ କରିଛନ୍ତି ମହର୍ଷି ବାଲ୍ମିକୀ: ମନମୋହନ ସାମଲ

ଭୁବନେଶ୍ୱର: ଆଜି ହେଉଛି ଆଦି କବି ମହର୍ଷି ବାଲ୍ମିକୀଙ୍କ ଜୟନ୍ତୀ। ମହର୍ଷୀ ବାଲ୍ମିକୀଙ୍କ ଦ୍ୱାରା ରଚନା କରାଯାଇଥିବା ମହାନ୍ ଗ୍ରନ୍ଥ ରାମାୟଣ କେବଳ ଏକ ବିଷୟ ନୁହେଁ, ଏହା ହେଉଛି ପରମ୍ପରା ଓ ସଂସ୍କୃତିର ଅଦ୍ୱିତୀୟ ସମନ୍ୱୟ। ଏହା ହେଉଛି ଆମ ଜୀବନଧାରାର ଅଂଶବିଶେଷ। ସମାଜରେ ଯେତେବେଳେ କୌଣସି ବିଷୟକୁ ନେଇ ନିରାଶ ଭାବ ଆସେ ସେତେବେଳେ ଆମେ ରାମାୟଣର କଥା ମନେପକାଉ । ରାମାୟଣ ହେଉଛି ଆମ ସମସ୍ତଙ୍କ ପ୍ରେରଣାର ଉତ୍ସ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମଙ୍ଗଳବାର ଆଦି କବି ମହର୍ଷି ବାଲ୍ମିକୀଙ୍କ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ ଏହା କହିଛନ୍ତି।

ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ =ସାମଲ କହିଛନ୍ତି ଯେ, ରାମ ରାଜ୍ୟ କିପରି ଆସିବ ସେ ବିଷୟରେ ମହର୍ଷି ବାଲ୍ମିକୀ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ । ତ୍ୟାଗ, ନିଷ୍ଠା, କଠିନ ପରିଶ୍ରମର ପରିସୀମା କେତେ, ସମାଜରେ ଯିଏ ସୁଧାର କରିବ ତାର କର୍ତ୍ତବ୍ୟ କ’ଣ ସେ ବିଷୟରେ ମହର୍ଷି ବାଲ୍ମିକୀ ରାମାୟଣ ମାଧ୍ୟମରେ ଉଲ୍ଲେଖ କରି ଆମ ସଂସ୍କୃତିକୁ ରୁଦ୍ଧିମନ୍ତ କରିଛନ୍ତି । ଆଜି ମନୁଷ୍ୟ ନିଜର ଆଶା ପୂରଣ କରି ନ ପାରିଲେ ଦୁଃଖୀ ହୋଇଯାଉଛି । ନକରାତ୍ମକ ଚିନ୍ତାଧାରା ପରିତ୍ୟାଗ କରି ସକରାତ୍ମକ ଚିନ୍ତା କଲେ ନିରାଶ ଭାବ ଦୂରହୋଇପାରିବ ବୋଲି ମହର୍ଷି ବାଲ୍ମିକୀ ଶିକ୍ଷା ଦେଇଛନ୍ତି।  ସେ ସମାଜ ପାଇଁ ଯାହା ଦେଇଛନ୍ତି ତାହା ଯୁଗଯୁଗ ପାଇଁ ଲିପିବଦ୍ଧ ହୋଇରହିବ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସଂଘର୍ଷ କରିପାରିଲେ ଅସମ୍ଭବ ବି ସମ୍ଭବ ହୋଇପାରିବ ବୋଲି ସାମଲ କହିଛନ୍ତି ।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ବିଧାୟକ ଛବି ମଲ୍ଲିକ, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ, ଅନୁସୂଚିତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକ, ବରିଷ୍ଠ ନେତା ରଞ୍ଜନ ପଟେଲ ଓ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories