www.samajalive.in
Saturday, December 6, 2025
14.1 C
Bhubaneswar

୩ ବଗି ଲାଇନଚ୍ୟୁତ: କାନ୍ଥ ଭାଙ୍ଗି ବସ୍ତି ଭିତରକୁ ମାଡିଗଲା ଟ୍ରେନ୍

ରାଉରକେଲା : ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ୍। ରାଉରକେଲା ବାସନ୍ତୀ କଲୋନୀ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମାଲବାହୀ ଟ୍ରେନ୍ ର ୩ଟି ଓ୍ବାଗନ୍ ଲାଇନଚ୍ୟୁତ ହୋଇଛି। ଦୁଇଟି ବଗି ସାଇଡିଂ କାନ୍ଥ ଭାଙ୍ଗି ନିକଟରେ ଥିବା ବସ୍ତି ଭିତରକୁ ମାଡି ଯାଇଛି। ଯାହାଫଳରେ ଅନେକ ଦୋକାନ ଘର କ୍ଷତିଗ୍ରସ୍ତ ହୋଇଛି। ଟ୍ରାକ୍ ଛାଡି ବଗି ଗୁଡିକ ରାସ୍ତା ଉପରକୁ ମାଡି ଆସିବା ଫଳରେ ବାସନ୍ତୀ କଲୋନୀ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ରେଲଓ୍ବେ କର୍ମଚାରୀ ଏବଂ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories