www.samajalive.in
Sunday, December 14, 2025
16.1 C
Bhubaneswar

କୋଭିଡ୍‌ ଲଢ଼େଇ ପାଇଁ ପନ୍ତ୍‌ଙ୍କ ଆର୍ଥିକ ସହାୟତା

ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ବିତୀୟ ତରଙ୍ଗ ସହ ଦେଶ ଲଢେଇ କରୁଛି। ଭୟଙ୍କର ରୂପ ନେଇଥିବା କରୋନା ମହାମାରୀକୁ ଦୂର କରିବା ନେଇ ଲଢେଇରେ କ୍ରୀଡ଼ାବିତ୍‌ମାନେ ସାମିଲ ହେଉଛନ୍ତି। କିଏ ଆର୍ଥିକ ସହାୟତା ତ ଆଉ କିଏ ଚିକିତ୍ସା ଲାଗି ସୁବିଧା ସୁଯୋଗ ଯୋଗାଇ ଦେଉଛି। ଦେଶର ଏହି ସଙ୍କଟ ସମୟରେ କୋଭିଡ଼ ଲଢେଇରେ ସାମିଲ ହୋଇଛନ୍ତି ୱିକେଟ କିପର ବ୍ୟାଟ୍‌ସମ୍ୟାନ ଋଷଭ ପନ୍ତ୍‌। ଦିଲ୍ଲୀର ଏହି ଯୁବ ବ୍ୟାଟ୍‌ସମ୍ୟାନ କୋଭିଡ଼ ଲଢେଇ ଲାଗି ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।

ଗୁରୁଗାଓଁସ୍ଥ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ହେମ୍‌କୁନ୍ତ୍‌ ପ୍ରତିଷ୍ଠାନକୁ ଉକ୍ତ ଅର୍ଥ ପ୍ରଦାନ କରିଛନ୍ତି। କେତେ ପରିମାଣର ଅର୍ଥ ପ୍ରଦାନ କରିଛନ୍ତି ସେ ନେଇ ପନ୍ତ୍‌ ଗୋପନୀୟ ରଖିଛନ୍ତି। ଉକ୍ତ ଅର୍ଥ କରୋନା ରୋଗୀଙ୍କ ଚିକିତ୍ସା ଲାଗି ଅମ୍ଲଜାନ, କିଟ୍‌ ଓ ଶଯ୍ୟା ଉପଲବ୍ଧ କ୍ଷେତ୍ରରେ ବିନିଯୋଗ କରିବାକୁ ଅନୁରୋଧ କରିଛନ୍ତି। କରୋନା ଭଳି ମହାମାରୀ ସହିତ ଦେଶ ଲଢେଇ କରୁଛି। ଏଭଳି ସ୍ଥିତିରେ ଆମକୁ ସୁରକ୍ଷିତ ରଖିବା ଲାଗି କାର୍ଯ୍ୟ କରୁଥିବା ଆଗଧାଡିର କରୋନା ଯୋଦ୍ଧାମାନଙ୍କୁ ପନ୍ତ୍‌ ସାଲ୍ୟୁଟ୍‌ କରିଛନ୍ତି। କରୋନା ଲଢେଇରେ ନିଜକୁ ସାମିଲ କରିବା ନେଇ ଆଗେଇ ଆସିବାକୁ ପନ୍ତ୍‌ ନିବେଦନ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories