www.samajalive.in
Sunday, December 14, 2025
18.1 C
Bhubaneswar

କରୋନାରେ ୨ ଅଲିମ୍ପିକ୍‌ସ ସ୍ବର୍ଣ୍ଣ ବିଜେତା କୌଶିକ, ରବିନ୍ଦରଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାର ଶିକାର ହୋଇ ଜଣଙ୍କ ପରେ ଜଣେ କ୍ରୀଡ଼ାବିତ୍‌ ପ୍ରାଣ ହରାଇବାରେ ଲାଗିଛନ୍ତି। କରୋନା ଲଢେଇରେ ହାରି ଯାଇଛନ୍ତି ଅଲିମ୍ପିକ୍‌ସ ସ୍ବର୍ଣ୍ଣ ବିଜେତା ପୂର୍ବତନ ଭାରତୀୟ ହକି ଖେଳାଳି ରବିନ୍ଦର ପାଲ ସିଂହ ଓ ଏମ୍‌.କେ କୌଶିକ। ଗୋଟିଏ ଦିନରେ ଭାରତ ମସ୍କୋ ଅଲିମ୍ପିକ୍‌ସ ସ୍ବର୍ଣ୍ଣ ବିଜୟୀ ଭାରତୀୟ ପୁରୁଷ ହକି ଦଳର ୨ ତାରକା କୌଶିକ ଓ ରବିନ୍ଦରଙ୍କୁ ହରାଇଛି। ରବିନ୍ଦର ଗତ ଏପ୍ରିଲ ୨୪ରେ କରୋନା ଆକ୍ରାନ୍ତ ହୋଇ ବିବେକାନନ୍ଦ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରବିନ୍ଦର(୬୨)ଙ୍କ ଶନିବାର ଦେହାନ୍ତ ହୋଇଛି।

ସ୍ବର୍ଗତ ସିଂହ କରୋନାରୁ ମୁକ୍ତହେବା ପରେ ଡାକ୍ତରଖାନାର କୋଭିଡ଼ କକ୍ଷରୁ ସାଧାରଣ କକ୍ଷକୁ ଗୁରୁବାର ଆସିଥିଲେ। ଏହାପରେ ତାଙ୍କର ଦେହାନ୍ତ ହୋଇଛି ବୋଲି ପରିବାର ପକ୍ଷରୁ କୁହାଯାଇଛି। ଉତ୍ତର ପ୍ରଦେଶର ସୀତାପୁରରେ ୧୯୬୦ରେ ଜନ୍ମିତ ରବିନ୍ଦର ମଧ୍ୟଭାଗ ଖେଳାଳି ଭାବେ ୧୯୭୯ରୁ ୧୯୮୪ ପର୍ୟ୍ୟନ୍ତ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ୧୯୮୦ ମସ୍କୋ ଅଲିମ୍ପିକ୍‌ସରେ ଭାରତୀୟ ପୁରୁଷ ହକି ଦଳ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲା। ଉକ୍ତ ଦଳରେ ରବିନ୍ଦର ପ୍ରତିନିଧିତ୍ବ କରିଥିଲେ। ଏହାଛଡ଼ା ୧୯୭୯ ଜୁନିୟର ହକି ବିଶ୍ବକପରେ ମଧ୍ୟ ପ୍ରତିନିଧିତ୍ବ କରିଥିଲେ। ୧୯୮୦ ଓ ୧୯୮୩ କରାଚିରେ ଆୟୋଜିତ ଚମ୍ପିଆନ୍‌ସ ଟ୍ରଫି ହକି, ୧୯୮୨ ମୁମ୍ବଇ ହକି ବିଶ୍ବକପ ଓ ୧୯୮୨ କରାଚି ଏସିଆ କପ୍ ହକିରେ ମଧ୍ୟ ପ୍ରତିନିଧିତ୍ବ କରିଥିଲେ। ୧୯୮୪ ଲସ୍‌ ଏଞ୍ଜେଲ୍‌ସ ଅଲିମ୍ପକସ ପରେ ସ୍ବର୍ଗତ ରବିନ୍ଦର ଅନ୍ତର୍ଜାତୀୟ ହକିରୁ ଅବସର ନେଇଥିଲେ।

- Advertisement -

ପୂର୍ବତନ ହକି ତାରକା ତଥା ପୁରୁଷ ଓ ମହିଳା ଦଳର ପ୍ରଶିକ୍ଷକ ଏମ.କେ କୌଶିକ (୬୬)ଙ୍କ ଶନିବାର କରୋନାରେ ଦେହାନ୍ତ ହୋଇଛି। ଗତ ଏପ୍ରିଲ ୧୭ରେ କୌଶିକ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ଥିଲେ। କୌଶିକ ୧୯୮୦ ମସ୍କୋ ଅଲମ୍ପିକ୍‌ସ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ। ଖେଳ ଛାଡ଼ିବା ପରେ ଭାରତୀୟ ସିନିୟର ପୁରୁଷ ଓ ମହିଳା ଦଳର ପ୍ରଶିକ୍ଷକ ଦାୟିତ୍ବ ମଧ୍ୟ ତୁଲାଇଥିଲେ। କୌଶିକଙ୍କ ପ୍ରଶିକ୍ଷଣରେ ଭାରତୀୟ ପୁରୁଷ ଦଳ ୧୯୯୮ ବ୍ୟାଙ୍କକ୍‌ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲା। ସେହିପରି ମହିଳା ଦଳ ୨୦୦୬ ଦୋହା ଏସୀୟ କ୍ରୀଡ଼ାରେ କୌଶିକଙ୍କ ପ୍ରଶିକ୍ଷଣରେ କାଂସ୍ୟ ପଦକ ବିଜୟୀ ହୋଇଥିଲା। ଜାତୀୟ ହକିକୁ ଅବଦାନ ଲାଗି ୧୯୯୮ରେ ଅର୍ଜୁନ ପୁରସ୍କାର ଓ ୨୦୦୨ରେ ଦ୍ରୋଣାଚାର୍ୟ୍ୟ ପୁରସ୍କାର ମିଳିଥିଲା। ରବିନ୍ଦର ଓ କୌଶିକଙ୍କ ଦେହାନ୍ତରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ ଶୋକ ପ୍ରକାଶ କରିବା ସହିତ ଭାରତ ଜଣେ ହକି ଅଲିମ୍ପିଆନ ସହ ସୁନା ପୁଅକୁ ହରାଇଲା ବୋଲି କହିଛନ୍ତି। ସେହିପରି ହକି ଇଣ୍ଡିଆ ପକ୍ଷରୁ ମଧ୍ୟ ଗଭୀର ଶୋକ ପ୍ରକାଶ କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories