www.samajalive.in
Saturday, December 13, 2025
23.1 C
Bhubaneswar

ପନ୍ତ୍‌ ଆଇସିସି ମାସର ଶ୍ରେଷ୍ଠ କ୍ରିକେଟର

ଦୁବାଇ: ଭାରତୀୟ କ୍ରିକେଟ୍‌ ଦଳର ଯୁବ ୱିକେଟ ରକ୍ଷକ ବ୍ୟାଟସମ୍ୟାନ୍‌ ଋଷଭ ପନ୍ତ୍‌ ଆଇସିସି ମାସର ଶ୍ରେଷ୍ଠ କ୍ରିକେଟର୍‌ ଭାବେ ମନୋନୀତ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ପ୍ରଦର୍ଶନ ଭିତ୍ତିରେ ପ୍ରତିମାସରେ ଶ୍ରେଷ୍ଠ କ୍ରିକେଟର୍‌ ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ଜାନୁଆରୀରେ ଅଷ୍ଟ୍ରେଲିଆ ବିପକ୍ଷରେ ୨ଟି ଟେଷ୍ଟ ମ୍ୟାଚ୍‌ରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିବାରୁ ପନ୍ତ୍‌ଙ୍କୁ ମାସର ଶ୍ରେଷ୍ଠ କ୍ରିକେଟର୍‌ ଭାବେ ମନୋନୀତ କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟରେ ପନ୍ତ୍‌ ୯୭ ରନ୍‌ କରିଥିବା ବେଳେ ବ୍ରିସବେନ୍‌ ଟେଷ୍ଟରେ ଅପରାଜିତ ୮୯ ରନ୍‌ କରି ଭାରତକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ସାମନିମ୍‌ ଇସମାଇଲ୍‌ ଆଇସିସି ମାସର ଶ୍ରେଷ୍ଠ ମହିଳା କ୍ରିକେଟର୍‌ ଭାବେ ବିବେଚିତ ହୋଇଥିଲେ। ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ରେ ସେ ୭ଟି ୱିକେଟ୍ ହାସଲ କରିଥିଲେ। ଆଇସିସି ମାସର ଶ୍ରେଷ୍ଠ କ୍ରିକେଟର୍‌ ଚୂଡ଼ାନ୍ତ ଦୌଡ଼ରେ ୩ଜଣ ଥିବା ବେଳେ ବିଜେତା ମନୋନୟନ ପାଇଁ ଆଇସିସି ଭୋଟିଂ ଏକାଡେମୀ ଗଠନ କରାଯାଇଥିଲା। ଆଇସିସି ଭୋଟିଂ ଏକାଡେମୀ ସଦସ୍ୟଙ୍କ ଭୋଟ୍‌ ଓ ବିଶ୍ବବ୍ୟାପୀ ପ୍ରଶଂସକଙ୍କ ଭୋଟ୍‌ ଆଧାରରେ ବିଜୟୀ କ୍ରିକେଟର୍‌ଙ୍କ ନାମ ଘୋଷଣା କରାଯାଇଥିଲା। ଆଇସିସି ଭୋଟିଂ ଏକାଡେମୀରେ ବରିଷ୍ଠ ସାମ୍ବାଦିକ, ପୂର୍ବତନ କ୍ରିକେଟର୍‌, ପ୍ରସାରଣକାରୀ ସଂସ୍ଥାର ଅଧିକାରୀ ଓ ହଲ୍‌ ଅଫ୍‌ ଫେମ୍‌ରେ ରହିଥିବା କେତେକ ସଦସ୍ୟ ଅଛନ୍ତି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories