www.samajalive.in
Friday, December 5, 2025
26.1 C
Bhubaneswar

‘ରେମାଲ’ ତାଣ୍ଡବ: ୧୦ ମୃତ, ୩୦ ହଜାର ଘର ନିଶ୍ଚିହ୍ନ

ଢାକା : ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ରେମାଲ ରବିବାର ମଧ୍ୟରାତ୍ରୀରେ ପଶ୍ଚିମବଙ୍ଗ ଓ ବାଂଲାଦେଶର ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁଛି। ଏହି ଝଡ଼ ପ୍ରଭାବରେ ବାଂଲାଦେଶରେ ୧୦ ଜଣ ପ୍ରାଣ ହରାଇଥିବାବେଳେ ୩୦ ହଜାର ବାସଗୃହ ସମ୍ପୂର୍ଣ୍ଣ ଧରାଶାୟୀ ହୋଇଛି। ବାଂଲାଦେଶର ଖୁଲ୍‌ନା, ଚିଟ୍ଟାଗଙ୍ଗ ଓ ବରିସାଲ ଜିଲାରେ ସବୁଠାରୁ ଅଧିକ କ୍ଷତି ଘଟିଛି ବୋଲି ବରିସାଲ ପ୍ରଶାସକ ସୌକତ୍‌ ଅଲ୍ଲୀ କହିଛନ୍ତି। ଏହି ତିନିଟି ଜିଲାରେ ମୋଟ ୧,୩୩,୦୦୦ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବାବେଳେ ୩୦ ହଜାର ବାସଗୃହ ନିଶ୍ଚିହ୍ନ ହୋଇଥିବା କୁହାଯାଇଛି। ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପଡିବାରୁ ୧୨.୫ ନିୟୁତ ଲୋକ ବର୍ତ୍ତମାନ ଅନ୍ଧକାରରେ କାଳାତିପାତ କରୁଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍‌ ପୁନଃ ସଂଯୋଗ ନିମନ୍ତେ ଉଦ୍ୟମ ଜାରି ରହିଛି ବୋଲି ବାଂଲାଦେଶ ରୁରାଲ ଇଲେକ୍ଟ୍ରିଫିକେସନ ବୋର୍ଡ ମୁଖ୍ୟଯନ୍ତ୍ରୀ ବିଶ୍ବନାଥ ସିକ୍‌ଦାର ଗଣମାଧ୍ୟମକୁ ଜଣାଇଛନ୍ତି। ସମୁଦ୍ର ଏବେ ମଧ୍ୟ ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ମାଛ ଧରିବାକୁ ଅନୁମତି ପ୍ରଦାନ କରାଯାଇନାହିଁ। ବିରାଟକାୟ ବୃକ୍ଷ ରାସ୍ତା ଉପରେ ଉପୁଡି ପଡିଥିବାରୁ ଗମନା ଗମନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳର ଉତ୍କଟ ସମସ୍ୟା ଉପୁଜିଛି। ତେବେ ସେହି ସ୍ଥାନକୁ ରିଲିଫ୍‌ ଓ ଉଦ୍ଧାରକାରୀ ଦଳ ପଠାଯାଇଥିବା କୁହାଯାଇଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories