www.samajalive.in
Friday, December 5, 2025
27.1 C
Bhubaneswar

ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା: ଚାନ୍ଦବାଲି, କୋରେଇ ଓ ନିମାପଡାରେ ହେବ ବିଜୟ ସଂକଳ୍ପ ସମାବେଶ

ଭୁବନେଶ୍ଵର: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଘମାଘୋଟ କ୍ୟାମ୍ପେନ୍। ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା। ଅନ୍ତିମ ପର୍ଯ୍ୟାୟ ଲଢେଇରେ ବିଜେପି ପାଇଁ ମାରାଥନ ପ୍ରଚାର କରିବେ। ୩ଟି ଲୋକସଭା କ୍ଷେତ୍ରରେ ବିଜୟ ସଂକଳ୍ପ ସମାବେଶରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ଅମିତ୍ ଶାହା। ପ୍ରଥମେ ସେ ଭଦ୍ରକ ସଂସଦୀୟ କ୍ଷେତ୍ର। ପୂର୍ବାହ୍ନ ୧୧ଟାରେ ଚାନ୍ଦବାଲିଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ଏହାପରେ ମଧ୍ୟାହ୍ନ ୧୨ଟା ୩୦ରେ ଯାଜପୁର କୋରେଇରେ ଜନସଭାକୁ ସମ୍ବୋଧନ କରିବେ ଶାହା। ଶେଷରେ ଅପରାହ୍ନ ୩ଟାରେ ଜଗତସିଂହପୁର ଲୋକସଭା କ୍ଷେତ୍ରର ନିମାପଡା ବାରବାଟୀ ପଡିଆରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ସାମିଲ ହେବେ । ନିର୍ବାଚନ ଭିତରେ ବିଭିନ୍ନ ପର୍ଯ୍ୟାୟ​‌ରେ ଓଡିଶାରେ ପ୍ରଚାର ବେଳେ ରାଜ୍ୟସରକାର , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନଙ୍କୁ କଡା ସମାଲୋଚନା କରିଥିଲେ। ଓଡିଶାରେ ପରିବର୍ତ୍ତନର ଆହ୍ବାନ ଦେବା ସହ ଡବଲ ଇଞ୍ଜିନ୍ ସରକାର ପାଇଁ ଭୋଟରଙ୍କୁ ଅପିଲ କରିଥିଲେ ଶାହା। ତେବେ ଆଜି ଶାହାଙ୍କ ମନ୍ତବ୍ୟ ଉପରେ ସମସ୍ତଙ୍କ ନଜର ରହିଛି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories