www.samajalive.in
Saturday, December 6, 2025
23.1 C
Bhubaneswar

ଆମେରିକାରେ ଘୂର୍ଣ୍ଣିଝଡ଼, ୧୯ ମୃତ

ୱାଶିଂଟନ : ଆମେରିକାର ବିଭିନ୍ନ ପ୍ରଦେଶରେ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ହେବା ଯୋଗୁଁ ୧୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ଘୂର୍ଣ୍ଣିଝଡ଼ ଓ ତୋଫାନରେ ଅନେକ ଘରଦ୍ବାର ଓ ଏକ ଟ୍ରକ ରହଣି କେନ୍ଦ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଆମେରିକାର ଟେକ୍ସାସ, ଓକଲାହୋମା, ଅରକାନସାସ୍ ଓ କେଣ୍ଟୁକି ପ୍ରଦେଶରେ ସୋମବାର ଏହି ଝଡ ଓ ବର୍ଷା ହୋଇଛି। ଉତ୍ତର ଡଲାସ ଠାରୁ ଅରକାନସାସ୍‌ର ଉତ୍ତର-ପଶ୍ଚିମାଞ୍ଚଳ ପର୍ଯ୍ୟନ୍ତ ଅଞ୍ଚଳ ଝଡ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି। ଏହି ଝଡ ତୋଫାନକୁ ନେଇ କେଣ୍ଟୁକି ଗଭର୍ଣ୍ଣର ଆଣ୍ଡି ବେସହର ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ ଜରିଆରେ ଗଭର୍ଣ୍ଣର ଆଣ୍ଡି ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ସୂଚନା​‌ ଦେଇଛନ୍ତି। ସେହିପରି ଟେକ୍ସାସ ଗଭର୍ଣ୍ଣର ଗ୍ରେଗ୍ ଆବୋଟ୍ ଝଡ ବର୍ଷା ସମ୍ପର୍କରେ ସୂଚନା ଦେବା ସହ ରାଜ୍ୟରେ ୭ଜଣଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି। ଟେକ୍ସାସ ପ୍ରଦେଶରେ ପ୍ରାୟ ୧୦୦ଜଣ ଆହତ ହୋଇଥିବାବେଳେ ୨୦୦ ଘର ନଷ୍ଟ ହୋଇଛି। ରାଜ୍ୟର ହଜାର ହଜାର ଲୋକ ଏବେ ଅନ୍ଧକାରରେ ରହିଛନ୍ତି। ଅରକାନସାସ୍‌ ଗଭର୍ଣ୍ଣର ସାରାହ ହୁକାବେ ସାଣ୍ଡସ୍ କହିଛନ୍ତି ଯେ ଝଡ ବର୍ଷା ଯୋଗୁଁ ରାଜ୍ୟରେ ୮ଜଣଙ୍କର ମୃତ୍ୟୁ ହୋଇଛି। ଓକଲାହୋମାର ମାଇସ୍ କାଉଣ୍ଟିରେ ୨ଜଣଙ୍କର ମୃତ୍ୟୁ ହୋଇଛି। କେଣ୍ଟୁକି ପୁଲିସ କହିବା ଅନୁଯାୟୀ ଗଛ ପଡିବା କାରଣରୁ ଜଣଙ୍କର ମୃତ୍ୟୁ ହୋଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories