www.samajalive.in
Sunday, December 7, 2025
15.1 C
Bhubaneswar

ଆମେରିକାରେ ଘୂର୍ଣ୍ଣିଝଡ଼, ୧୯ ମୃତ

ୱାଶିଂଟନ : ଆମେରିକାର ବିଭିନ୍ନ ପ୍ରଦେଶରେ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ହେବା ଯୋଗୁଁ ୧୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ଘୂର୍ଣ୍ଣିଝଡ଼ ଓ ତୋଫାନରେ ଅନେକ ଘରଦ୍ବାର ଓ ଏକ ଟ୍ରକ ରହଣି କେନ୍ଦ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଆମେରିକାର ଟେକ୍ସାସ, ଓକଲାହୋମା, ଅରକାନସାସ୍ ଓ କେଣ୍ଟୁକି ପ୍ରଦେଶରେ ସୋମବାର ଏହି ଝଡ ଓ ବର୍ଷା ହୋଇଛି। ଉତ୍ତର ଡଲାସ ଠାରୁ ଅରକାନସାସ୍‌ର ଉତ୍ତର-ପଶ୍ଚିମାଞ୍ଚଳ ପର୍ଯ୍ୟନ୍ତ ଅଞ୍ଚଳ ଝଡ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି। ଏହି ଝଡ ତୋଫାନକୁ ନେଇ କେଣ୍ଟୁକି ଗଭର୍ଣ୍ଣର ଆଣ୍ଡି ବେସହର ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ ଜରିଆରେ ଗଭର୍ଣ୍ଣର ଆଣ୍ଡି ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ସୂଚନା​‌ ଦେଇଛନ୍ତି। ସେହିପରି ଟେକ୍ସାସ ଗଭର୍ଣ୍ଣର ଗ୍ରେଗ୍ ଆବୋଟ୍ ଝଡ ବର୍ଷା ସମ୍ପର୍କରେ ସୂଚନା ଦେବା ସହ ରାଜ୍ୟରେ ୭ଜଣଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି। ଟେକ୍ସାସ ପ୍ରଦେଶରେ ପ୍ରାୟ ୧୦୦ଜଣ ଆହତ ହୋଇଥିବାବେଳେ ୨୦୦ ଘର ନଷ୍ଟ ହୋଇଛି। ରାଜ୍ୟର ହଜାର ହଜାର ଲୋକ ଏବେ ଅନ୍ଧକାରରେ ରହିଛନ୍ତି। ଅରକାନସାସ୍‌ ଗଭର୍ଣ୍ଣର ସାରାହ ହୁକାବେ ସାଣ୍ଡସ୍ କହିଛନ୍ତି ଯେ ଝଡ ବର୍ଷା ଯୋଗୁଁ ରାଜ୍ୟରେ ୮ଜଣଙ୍କର ମୃତ୍ୟୁ ହୋଇଛି। ଓକଲାହୋମାର ମାଇସ୍ କାଉଣ୍ଟିରେ ୨ଜଣଙ୍କର ମୃତ୍ୟୁ ହୋଇଛି। କେଣ୍ଟୁକି ପୁଲିସ କହିବା ଅନୁଯାୟୀ ଗଛ ପଡିବା କାରଣରୁ ଜଣଙ୍କର ମୃତ୍ୟୁ ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories