ଗୁଣପୁର: ରାୟଗଡା ଜିଲ୍ଲା ଗୁମୁଡା ଯିବା ରାସ୍ତାରେ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ନିକଟରେ ଅଭାବନୀୟ ଘଟଣା ଘଟିଛି। ଦୁର୍ଘଟଣାରେ ଉକ୍ତ କାର୍ଯ୍ୟାଳୟର ଡାଟାଏଣ୍ଟ୍ରି ଅପରେଟରଙ୍କର ମୃତ୍ୟୁ ଘଟିଛି। ମୃତକ ପାଲିଆ ସାହିର ସିମାଞ୍ଚଳ ନାୟକଙ୍କ ପୁଅ ରାଜେନ୍ଦ୍ର ନାୟକ ବୋଲି ଜଣାପଡିଛି। ସୋମବାର ରାତିରେ ରାଜେନ୍ଦ୍ର ଖାଇ ସାରି କାର୍ଯ୍ୟାଳୟ ନିକଟସ୍ଥ ରାସ୍ତାରେ ଚଲାବୁଲା କରୁଥିଲେ। ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଦୁର୍ଘଟଣାରେ ବାଇକ ଚାଳକ ଯୁବକ ଜଣଙ୍କ ମଧ୍ୟ ଗୁରୁତର ଆହାତ ହୋଇଥିବା ଜଣାପଡିଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Popular Categories



