ରାଜସ୍ୱ ଯୁଗ୍ମ ସଚିବଙ୍କ ହରଭଙ୍ଗା ତହସିଲ ପରିଦର୍ଶନ
ଖରଭୁଇଁ ପଥର କୁଆଁରୀ ସହିତ ହରଭଙ୍ଗା ବାଲି ଖାଦାନ ବୁଲିଲେ
ହରଭଙ୍ଗା : ରାଜସ୍ୱ ଯୁଗ୍ମ ସଚିବ ଏଲୋରା ସାମଲ ବୁଧୁବାର ହରଭଙ୍ଗା ତହସିଲ ପରିଦର୍ଶନ କରିଥିବା ଜଣାପଡିଛି। ତହସିଲ ଅଫିସ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସଚିବଙ୍କ ସହିତ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା, ବୌଦ୍ଧ ଉପଜିଲ୍ଲାପାଳ ସନତ କୁମାର ନାଏକ, ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର ପ୍ରମୁଖ ରାଜସ୍ୱ ଆଦାୟ ସହିତ ବିଭିନ୍ନ ପଥର କୁଆଁରୀ ଏବଂ ବାଲି ଖାଦାନ ଉପରେ ଆଲୋଚନା କରିଥିଲେ। ପରେ ତହସିଲର ଖରଭୁଇଁସ୍ଥିତ ପଥର କୁଆଁରୀ ଏବଂ ହରଭଙ୍ଗା, ସୁରୁଣ୍ଡି ଭଳି ଦୁଇଟି ବାଲିଘାଟ ମଧ୍ୟ ପରିଦର୍ଶନ କରିଥିବା ଜଣାପଡିଛି । ପଥର ଖାଦାନାଗୁଡିକ କେଉଁ କାରଣରୁ ବନ୍ଦ ହୋଇପଡିଛି ସେ ନେଇ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।ହରଭଙ୍ଗା ତହସିଲ ପରିଦର୍ଶନ ସାରି ସଚିବ ବୌଦ୍ଧ ଗସ୍ତରେ ଯାଇଥିବା ସୂଚନା ମିଳିଛି। ଗୁରୁବାର ସଚିବଙ୍କ କଣ୍ଟାମାଳ ତହସିଲ ଏବଂ ବୌଦ୍ଧ ତହସିଲ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।
Comments are closed.