www.samajalive.in
Saturday, December 6, 2025
16.1 C
Bhubaneswar

ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ ଉପରେ ଗୁରୁତ୍ବ ଦେଲେ ରାଜସ୍ଵ ମନ୍ତ୍ରୀ

ବୁର୍ଲା : ବୁର୍ଲା ସହରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।  ବୁର୍ଲା ପାୱାର ଚେନାଲ ବ୍ରିଜ ଛକଠାରୁ ବୁର୍ଲା ବିଜେପି କର୍ମୀ ମାନଙ୍କ ତରଫରୁ ତାଙ୍କୁ ସହର ମଧ୍ୟକୁ ଭବ୍ୟ ଖୋଲା ଜିପରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଅଣାଯାଇଥିଲା। ମୁଖ୍ୟ ଛକ ମାନଙ୍କରେ ରହିଥିବା ବରପୁତ୍ର ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ମନ୍ତ୍ରୀ ବୁର୍ଲା ବିବେକାନନ୍ଦ ଛକରେ ପହଞ୍ଚିବା ପରେ  ତାଙ୍କର ସ୍ବାସ୍ଥ୍ୟବସ୍ଥା ସାମାନ୍ୟ ବିଗିଡି ଯାଇଥିଲା।  ତେଣୁ ସେ  କିଛି ସମୟ ବିଶ୍ରାମ ନେବା ପରେ ପୁର୍ନବାର ବୁର୍ଲା ଭାରତୀ କ୍ଲବ୍ ଟିଣ ଘର ଠାରେ ଏକ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ।  ସଭାରେ ମୁଖ୍ୟତଃ ସ୍ଥାନୀୟ ବାସିନ୍ଦାଙ୍କ ସମସ୍ୟା ସମାଧାନ କରିବା ନେଇ ମନ୍ତ୍ରୀ ଶ୍ରୀ ପୂଜାରୀ ଦୃଢୋକ୍ତି ବ୍ୟକ୍ତ କରିଥିଲେ। ଏହାସହ ବସ୍ତି ବାସୀନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଉପରେ ମଧ୍ୟ ଗୁରୁତ୍ଵାରୋପ କରିଥିଲେ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories