www.samajalive.in
Saturday, December 6, 2025
19.1 C
Bhubaneswar

ପ୍ରଧାନ ଶିକ୍ଷକଙ୍କ ଅଶାଳୀନ ବ୍ୟବହାର ଅଭିଯୋଗ: ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ 

ଆରଡି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପାରଡିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଅଶାଳୀନ ବ୍ୟବହାରକୁ ନେଇ ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ  ଗ୍ରାମବାସୀ। କ୍ୟାମ୍ପସରେ ଥିବା ଅନ୍ୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ବନ୍ଦ ରହିଥିଲା । ସ୍କୁଲରେ ତାଲା ପକାଇ ଗ୍ରାମବାସୀମାନେ ବାହାରେ ବସିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ରାସ୍ତାରେ ବସିରହିଥିଲେ । ଦୀର୍ଘ ୬ମାସ ତଳେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଦ୍ୟାଳୟର ପାଚିକାଙ୍କୁ ଅଶ୍ଳାଳିନ ବ୍ୟବହାର କରିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ପାଇଁ ଵ୍କକ ଶିକ୍ଷାଧିକାରୀଙ୍କୁ ଅଭିଯୋଗ ହୋଇଥିଲା।  ଅଭିଯୋଗ ପରେ ପ୍ରଧାନ ଶିକ୍ଷକ ଜଣକ ଗ୍ରାମବାସୀଙ୍କୁ ଭୁଲ୍ କ୍ଷମା ପ୍ରାର୍ଥନା କରିଥିଲେ । ଏବଂ ବିଦ୍ୟାଳୟ ଛାଡି ଅନ୍ୟତ୍ର ଚାଲିଯିବେ ବୋଲି  କହିଥିଲେ  । ଏବେ  ସେହି ଶିକ୍ଷକ ଅନ୍ୟତ୍ର ଯିବାକୁ ନାରାଜ ହେବାରୁ ଗ୍ରାମବାସୀମାନେ ବିଦ୍ୟାଳୟ ସମୁଖ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି।  ସେପଟେ ଏହି ଘଟଣାକୁ ନେଇ ଚାନ୍ଦବାଲି ଶିକ୍ଷା ଅଧିକାରୀ କହିଛନ୍ତି  ସୋମବାର ଦିନ ଗ୍ରାମବାସୀଙ୍କୁ ଡକାଯାଇ ଏହାର ସମାଧାନ କରାଯିବ। ଯଦି ଏହି ତଦନ୍ତରେ ସତ୍ୟତା ମିଳେ,  ତେବେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories