ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟରେ ମନୋରମା ମହାପାତ୍ର ସ୍ମାରକୀ ଗ୍ରନ୍ଥାଗାର ଉଦଘାଟିତ

ଗୁରୁଡିଝାଟିଆ:ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟରେ ବିଶିଷ୍ଟ ସାହିତ୍ୟିକା ସମାଜସେବୀକା, ବାଗ୍ମୀ ମନୋରମା ମହାପାତ୍ରଙ୍କ ନାମରେ ଏକ ଗ୍ରନ୍ଥାଗାର ଆଜି ଉଦଘାଟିତ ହୋଇଛି। କଟକ ମୁନିସିପାଲଟିର ଆୟୁକ୍ତ ନିଖିଲ ପୱନ କଲ୍ୟାଣ ଗ୍ରନ୍ଥାଗାରକୁ ଉଦଘାଟନ କରି ପୁସ୍ତକ ହେଉଛି ଆମ ବନ୍ଧୁ। ଅତ୍ୟାଧୁନିକ ସମାଜରେ ଅଧ୍ୟୟନ ପାଇଁ ଅନ୍ୟାନ୍ୟ ସୁବିଧା ହାତ ପାହାନ୍ତାରେ ଥିଲେ ମଧ୍ୟ ପୁସ୍ତକ ଆମକୁ ଜ୍ଞାନ ଆହରୋଣରେ ଅଧିକ ପରିପୃଷ୍ଟ ଓ ସଶକ୍ତ କରିଥାଏ। ଯଶସ୍ୱୀ ମହୀୟସୀ ବାଗ୍ମୀ ମନୋରମା ମହାପାତ୍ରଙ୍କ ଜୀବନାଦର୍ଶରେ ନିଜକୁ ଅନୁପ୍ରାଣିତ କରି ଭଲ ଓ ବଡମଣିଷ ହୋଇ ମା ମାଟିର ଋଣକୁ ପରିଶୋଧ କରିବା ପାଇଁ କହିବା ସହ ଗ୍ରନ୍ଥାଗାରକୁ ଉଦଘାଟନ କରିଥିଲେ। ସ୍ୱର୍ଗତା ମହାପାତ୍ରଙ୍କ ଜ୍ୟେଷ୍ଠା କନ୍ୟା ଶ୍ୱେତପଦ୍ମା ଦାଶ ଉଦଘାଟନୀ ଉତ୍ସବରେ ଯୋଗଦେଇ ପ୍ରତିକୂଳ ପରିବେଶ ଭିତରେ ହାରି ନଯାଇ ନିଜ ଭିତରେ ଅମାପ ଶକ୍ତି ଓ ସାହସ ସଂଚୟ କରି ଆଗକୁ ବଢିଲେ ଜୀବନରେ ସଫଳତାର ସିଡି ଚଢିପାରବେ ବୋଲି ଶ୍ରୀମତୀ ଦାଶ ପ୍ରକାଶ କରିଥିଲେ। ଏହି ଗୌରବଜ୍ୱଳ ବିଦ୍ୟାଳୟରେ ମୋର ମାଆ ସ୍ୱର୍ଗତା ମହାପାତ୍ର ପାଠ ପଢି ଜୀବନର ସବୁ କ୍ଷେତ୍ରରେ ଉଦାହରଣ ଛାଡିଯାଇଛନ୍ତି ବୋଲି କହିଥିଲେ। କନିଷ୍ଠ କନ୍ୟା ସୁଚିସ୍ମିତା ମିଶ୍ର କହିଥିଲେ ଜୀବନରେ ଓଡିଆ ଝିଅ ଆଜି ସବୁକ୍ଷେତ୍ରରେ ଆଗୁଆ, ଦୃଢ ଇଚ୍ଛାଶକ୍ତି ବଳରେ ଆମେ ଅସାଧ୍ୟ ସାଧନ କରିପାରିବା ବୋଲି କହିବା ସହ ନିଜକୁ ପରିପୂର୍ଣ୍ଣା ଭାବରେ ଗଢିତୋଳିବା ନିମନ୍ତେ କହିଥିଲେ।

 

prayash

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ତଥା ଜାତୀୟ ସମରଶିକ୍ଷାର୍ଥୀ ବାହିନୀର କମାଣ୍ଡିଂ ଅଫିସର କଳ୍ପନା ନନ୍ଦଙ୍କ ନେତୃତ୍ୱରେ ଏନସିସି ଛାତ୍ରୀମାନେ ଆଗନ୍ତୁକ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ବିଶିଷ୍ଟ ପ୍ରଯୁକ୍ତିବିଦ୍ୟା ବୈଜ୍ଞାନିକ ତଥା ଜ୍ୟେଷ୍ଠ ଜାମାତା ଜ୍ଞାନ ରଞ୍ଜନ ଦାଶ, ସର୍ବଭାରତୀୟ ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ତଥା କନିଷ୍ଠ ଜାମାତା ଅରୁଣ ମିଶ୍ର, ସିଏମସିର ଉପଆୟୁକ୍ତ ସଞ୍ଜିବିତା ରାୟ, ବରିଷ୍ଠ କର୍ମଚାରୀ ସୁଭା ପାଲିତ, ଶିକ୍ଷୟିତ୍ରୀ କଳ୍ପନା ଶର୍ମା, ମମତାରାଣୀ ପଣ୍ଡା ଓ ବିଦ୍ୟାର୍ଥୀମାନେ ଉଦଘାଟନୀ ଉତ୍ସବରେ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ।
ସ୍ୱର୍ଗତ ମନୋରମା ମହାପାତ୍ରଙ୍କ ପରିବାର ପକ୍ଷରୁ ନୂତନ ଗ୍ରନ୍ଥାଗାର ପାଇଁ ପ୍ରଦାନ କରାଯାଇଥିବା ୧ଲକ୍ଷ ୫୦ ହଜାର ଟଙ୍କା ଓ ମୋ ସ୍କୁଲ ଅଭିଯାନର ଲବ୍ଧ ଅର୍ଥରେ ଗ୍ରନ୍ଥାଗାରଟି ନିର୍ମିତ ହୋଇଛି। ବିଦ୍ୟାଳୟ ବରିଷ୍ଠ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ନାୟକ ଅତିଥି ପରିଚୟ ଓ ସ୍ୱାଗତଭାଷଣ ପ୍ରଦାନ କରିଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀ ଜୟନ୍ତୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.