ରେଭେନ୍ସା ସାଇନ୍‍-ଏ-ଡାଏ ପ୍ରସଙ୍ଗରେ ମାନବାଧିକାର କମିସନଙ୍କ ନୋଟିସ୍‍

0

କଟକ: ରୋଭେନ୍ସା ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଗତ ୮ତାରିଖରେ ବିନାକାରଣରେ ସାଇନ୍‍-ଏ-ଡାଏ ଘୋଷଣା କରିଥିବାବେଳେ ଏହାକୁ ନେଇ ରାଜ୍ୟ ମାନବାଧିକାର କମିସନ ରେଭେନ୍ସା କର୍ତ୍ତୃପକ୍ଷଙ୍କୁ ନୋଟିସ କରିଛନ୍ତି। ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ଶେଷବର୍ଷର ଛାତ୍ରୀ ଆରତୀ ମେହେରଙ୍କ ଦ୍ୱାରା ଦାୟର ଯାଚିକାରେ ଦର୍ଶାଯାଇଛି। ଏହି ପରିସ୍ଥିତିରେ ପ୍ରତ୍ୟେକ ପୀଡିତ ଛାତ୍ରଛାତ୍ରୀଙ୍କୁ ଦଶହଜାର ଟଙ୍କା କ୍ଷତିପୂରଣ ଦେବା ଏବଂ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କର୍ତ୍ତୃପକ୍ଷଙ୍କ ବିରୋଧ ଆଇନ୍‍ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିସନଙ୍କ ନିକଟରେ ନିବେଦନ କରାଯାଇଛି। ଏହାକୁ ବିଚାର କରି କମିସନ୍‍ ଜୁନ୍‍ ୨୯ସୁଦ୍ଧା ଜବାବ ରଖିବାକୁ କୁଳସଚିବଙ୍କୁ ନୋଟିସ ଜାରି କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ ରାଉତ ଓ ଚିତ୍ତରଞ୍ଜନ ମହାନ୍ତି ମାମଲା ପରିଚାଳନା କରୁଛନ୍ତି। ରେଭେନ୍ସା ବିକାଶ ଅଭିଯାନ ପକ୍ଷରୁ କମିସନଙ୍କ ଏହି ପଦକ୍ଷେପକୁ ସତ୍ୟ ରାୟ, ଯୁଗଳ କିଶୋର ନାୟକ, ପ୍ରଶାନ୍ତ ଦାସ, କ୍ଷୀରୋଦ ମହାପାତ୍ର, ପ୍ରଶାନ୍ତ ପଣ୍ଡା, ସିଦ୍ଧାର୍ଥ ରଥ, ଆଇନଜୀବୀ ସୁକାନ୍ତ ନାୟକ, ଖଗେଶ୍ୱର ସେଠୀ ପ୍ରମୁଖ ଏହାକୁ ସ୍ୱାଗତ କରିବା ସହ କମିସନ ପୀଡିତ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବେ ବୋଲି ଆଶା କରିଛନ୍ତି।

Leave A Reply