www.samajalive.in
Saturday, December 6, 2025
15.1 C
Bhubaneswar

ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଭାଷଣ ପ୍ରସାରଣ ଉପରେ ୟୁନୁସ୍ ସରକାରଙ୍କ କଟକଣା

ଡେସ୍କ: ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ମଧ୍ୟବର୍ତ୍ତିକାଳୀନ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଉପରେ କ୍ରମାଗତ ଭାବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଅନ୍ୟପକ୍ଷରେ ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ଆଇସିଟି) ଗୁରୁବାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସମସ୍ତ ଭାଷଣକୁ ଗଣମାଧ୍ୟମ ଓ ସୋସିଆଲ ନେଟୱର୍କିଂ ପ୍ଲାଟଫର୍ମରେ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ନିକଟରେ ଶେଖ୍ ହସିନାଙ୍କ ଭାଷଣ ପରେ ଏହି ନିର୍ଦ୍ଦେଶ ଆସିଛି। ୪ ମାସ ତଳେ ବାଂଲାଦେଶ ଛାଡ଼ି ପଳାୟନ କରିବା ପରେ ସେ ନିଜର ପ୍ରଥମ ସାର୍ବଜନୀନ ଅଭିଭାଷଣ ଦେଇଥିଲେ। ନିଜ ଭାଷଣରେ ସେ ଦେଶର ଅନ୍ତରୀଣ ନେତା ମହମ୍ମଦ ୟୁନୁସଙ୍କୁ ତୀବ୍ର ସମାଲୋଚନା କରିବା ସହ ଗଣହତ୍ୟା ଏବଂ ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁଙ୍କ ସୁରକ୍ଷା କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଥିଲେ।

- Advertisement -

ଜଷ୍ଟିସ୍ ମହମ୍ମଦ ଗୋଲାମ ମୁର୍ତ୍ତୁଜା ମଜୁମଦାରଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ଜଣିଆ ଟ୍ରିବ୍ୟୁନାଲ ହସିନାଙ୍କ ସମସ୍ତ ଘୃଣ୍ୟ ଭାଷଣକୁ ସୋସିଆଲ ମିଡିଆରୁ ହଟାଇବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ବାଂଲାଦେଶ ସମ୍ବାଦ ସଂସ୍ଥା (ବିଏସ୍ଏସ୍) କହିଛି। ଏହା ସହ ଭବିଷ୍ୟତରେ ସବୁ ପ୍ରକାର ପ୍ଲାଟଫର୍ମରେ ତାଙ୍କ ଭାଷଣର ପ୍ରସାରକୁ ରୋକିବା ପାଇଁ ପଦକ୍ଷେପ ନେବାକୁ କହିଛନ୍ତି। ଓକିଲ ଅବଦୁଲ୍ଲା ଅଲ୍ ନୋମାନ୍ କହିଛନ୍ତି ଯେ ଟ୍ରିବ୍ୟୁନାଲ ଆଇସିଟି ଡିଭିଜନ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ବାଂଲାଦେଶ ଦୂରସଂଚାର ନିୟାମକ ଆୟୋଗର ସଚିବମାନଙ୍କୁ ତୁରନ୍ତ ଏହି ଆଦେଶ ପାଳନ କରିବାକୁ କହିଛନ୍ତି।

ବହିଷ୍କୃତ ପ୍ରଧାନମନ୍ତ୍ରୀଙ୍କ ସମସ୍ତ ପ୍ରକାର ଭାଷଣକୁ ହଟାଇବା ଓ ନିଷିଦ୍ଧ କରିବା ପାଇଁ ପ୍ରସିକ୍ୟୁସନ ପକ୍ଷରୁ ପୂର୍ବରୁ ଏକ ପିଟିସନ ଦାଖଲ କରାଯାଇଥିଲା। ଏହି ଭାଷଣ ସାକ୍ଷୀ କିମ୍ବା ପୀଡ଼ିତାଙ୍କୁ ଭୟଭୀତ କରିପାରେ କିମ୍ବା ତଦନ୍ତରେ ବାଧା ସୃଷ୍ଟି କରିପାରେ ବୋଲି ଏଥିରେ ଦାବି କରାଯାଇଛି। ପ୍ରସିକ୍ୟୁଟର ଗାଜି ଏମ୍ ଏଚ୍ ତମିମ୍ ଗଣମାଧ୍ୟମକୁ କହିଛନ୍ତି, କେବଳ ବାଂଲାଦେଶରେ ନୁହେଁ, ବିଶ୍ୱର ପ୍ରତ୍ୟେକ ଆଇନ ଓ ପ୍ରତ୍ୟେକ ଦେଶରେ ଘୃଣ୍ୟ ଭାଷଣ ଏକ ଅପରାଧ।

ପୂର୍ବରୁ ନ୍ୟୁୟର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଜ ସମର୍ଥକମାନଙ୍କୁ ଭର୍ଚୁଆଲ୍ ମାଧ୍ୟମରେ ଦେଇଥିବା ଭାଷଣରେ ଶେଖ୍ ହସିନା ଦାବି କରିଥିଲେ ଯେ ୧୯୭୫ ମସିହାରେ ତାଙ୍କ ପିତା ଶେଖ୍ ମୁଜିବୁର୍ ରେହମାନଙ୍କ ହତ୍ୟା ଭଳି ତାଙ୍କୁ ଏବଂ ତାଙ୍କ ଭଉଣୀ ଶେଖ୍ ରେହାନାଙ୍କୁ ହତ୍ୟା କରିବାକୁ ଯୋଜନା ହୋଇଥିଲା। ୟୁନୁସଙ୍କୁ କ୍ଷମତା ଲୋଭି ବୋଲି ବର୍ଣ୍ଣନା କରି ହସିନା ଅଭିଯୋଗ କରିଛନ୍ତି ଯେ ବାଂଲାଦେଶରେ ଉପାସନାସ୍ଥଳୀ ଉପରେ ଆକ୍ରମଣ ହେଉଛି ଏବଂ ବର୍ତ୍ତମାନର ସରକାର ପରିସ୍ଥିତିର ମୁକାବିଲା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories