www.samajalive.in
Monday, December 15, 2025
15.1 C
Bhubaneswar

୪ଟି ସମବାୟ ବ୍ୟାଙ୍କ ଉପରେ ଆରବିଆଇର କଟକଣା

ମୁମ୍ବଇ : ଭାରତୀୟ ରିଜର୍ଭ ବ୍ୟାଙ୍କ ୪ଟି ସମବାୟ ବ୍ୟାଙ୍କର ଆର୍ଥିକ ସ୍ଥିତି ଖରାପ ଦୃଷ୍ଟିରୁ ସେଗୁଡ଼ିକ ଉପରେ ଅର୍ଥ ଉଠାଣ ସମେତ ଅନ୍ୟ କଟକଣାମାନ ଲାଗୁ କରିଛି । ସେହି ୪ଟି ସମବାୟ ବ୍ୟାଙ୍କ ମଧ୍ୟରେ ମହାରାଷ୍ଟ୍ରର ସାଇବାବା ଜନତା ସାହାକାରୀ ବ୍ୟାଙ୍କ, ପଶ୍ଚିମବଙ୍ଗର ଦ ସୁରୀ ଫ୍ରେଣ୍ଡ୍‍ସ ୟୁନିୟନ୍‍ କୋଅପରେଟିଭ୍‍ ବ୍ୟାଙ୍କ ଲିମିଟେଡ୍‍ ଓ ଉତ୍ତରପ୍ରଦେଶର ବିଜିନୋର୍‍ ୟୁନାଇଟେଡ୍‍ ଇଣ୍ଡିିଆ କୋଅପରେଟିଭ୍‍ ବ୍ୟାଙ୍କ ଓ ବହରାଇଚର ନାସନାଲ୍‍ ଅର୍ବାନ୍‍ କୋଅପରେଟିଭ୍‍ ବ୍ୟାଙ୍କ ଲିମିଟେଡ୍‍ ରହିଛି ।
ସାଇବାବା ଜନତା ସାହାକାରୀ ବ୍ୟାଙ୍କର ଜଣେ ଜମାକାରୀ ୨୦ ହଜାର ଟଙ୍କାରୁ ଅଧିକ ଅର୍ଥ ବ୍ୟାଙ୍କରୁ ଉଠାଇ ପାରିବେ ନାହିଁ । ସେହିଭଳି ଦ ସୁରୀ ଫ୍ରେଣ୍ଡ୍‍ସ ୟୁନିୟନ୍‍ କୋଅପରେଟିଭ୍‍ ବ୍ୟାଙ୍କରୁ ଜଣେ ଜମାକାରୀ ୫୦ ହଜାର ଟଙ୍କାରୁ ଅଧିକ ଅର୍ଥ ଉଠାଇ ପାରିବେ ନାହିଁ । ନାସନାଲ୍‍ ଅର୍ବାନ୍‍ କୋଅପରେଟିଭ୍‍ ବ୍ୟାଙ୍କରୁ ଜଣେ ଜମାକାରୀ ସର୍ବାଧିକ ୧୦ ହଜାର ଟଙ୍କା ଉଠାଇ ପାରିବେ । ରିଜର୍ବ ବ୍ୟାଙ୍କ ବିଜିନୋରର ୟୁନାଇଟେଡ୍‍ ଇଣ୍ଡିଆ କୋଅପରେଟିଭ୍‍ ବ୍ୟାଙ୍କ ଲିମିଟେଡ୍‍ ଉପରେ ଉଠାଣ ନିଷେଧାଜ୍ଞା ସମେତ ଅନେକ କଟକଣା ଲାଗୁ କରିଛି ।
୧୯୪୯ ବ୍ୟାଙ୍କିଙ୍ଗ୍‍ ନିୟମ ଅଧୀନରେ ରିଜର୍ଭ ବ୍ୟାଙ୍କ ସେହି ୪ଟି କୋଅପରେଟିଭ୍‍ ବ୍ୟାଙ୍କ ଉପରେ ଲାଗୁ କରିଥିବା ଏହି କଟକଣା ଗୁଡ଼ିକ ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏ ସଂକ୍ରାନ୍ତରେ ରିଜର୍ଭ ବ୍ୟାଙ୍କର ଏକ ପ୍ରେସ୍‍ ଇସ୍ତାହାରରେ କୁହାଯାଇଛି ସେହି ବ୍ୟାଙ୍କ ଗୁଡ଼ିକ ରିଜର୍ଭ ବ୍ୟାଙ୍କର ଲିଖିତ ପୂର୍ବ ଅନୁମତି ବିନା କୌଣସି ଋଣକୁ ପୁନଃନିର୍ଦ୍ଧାରଣ କରିପାରିବେ ନାହିଁ କିମ୍ବା ନୂଆ ଋଣ ଦେଇ ପାରିବେ ନାହିଁ। ସେହି ୪ଟି ବ୍ୟାଙ୍କ କୌଣସି ପୁଞ୍ଜି ନିବେଶ କରିପାରିବେ ନାହିଁ କିମ୍ବା ସାନି ଜମା ରଖିପାରିବେ ନାହିଁ ।
ଏକ ସ୍ପଷ୍ଟୀକରଣ ଦେଇ ରିଜର୍ଭ ବ୍ୟାଙ୍କ କହିଛି ଏହି କଟକଣା ଲାଗୁ ଦ୍ୱାରା ସେହି ବ୍ୟାଙ୍କ ଗୁଡ଼ିକର ଲାଇସେନ୍ସ ରଦ୍ଦ ହୋଇଯାଇଛି ବୋଲି ବିବେଚନା କରାଯାଇ ପାରିବ ନାହିଁ । ସେହି ବ୍ୟାଙ୍କ ଗୁଡ଼ିକ କଟକଣା ସହିତ କାର୍ଯ୍ୟ କରିପାରିବେ ଓ ସେମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିବେ। ପରିସ୍ଥିତିରେ ଉନ୍ନତି ଘଟିଲେ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ କରିବ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories