www.samajalive.in
Tuesday, December 9, 2025
15.1 C
Bhubaneswar

ରଗଡି ଗ୍ରାମକୁ ନିରନ୍ତର ବିଦ୍ୟୁତ୍ ସେବା, ୨୪ଘଣ୍ଟା ମଧ୍ୟରେ ନୂତନ ଗ୍ରାହକଙ୍କୁ ବିଦ୍ୟୁତ୍ ସଞ୍ଜୋଗ ବ୍ୟବସ୍ଥା

ବାଙ୍କୀ: ଶନିବାର ଦିନ ବାଙ୍କୀ ଉପଖଣ୍ଡ ବିଦ୍ୟୁତ୍ ବିଭାଗ ସଂଯୋଜନାରେ ରଗଡି ଗ୍ରାମରେ ଏକ ସମନ୍ୱୟ ବୈଠକ ଉପଖଣ୍ଡ ବିଦ୍ୟୁତ୍ ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ବିଦ୍ୟୁତ୍ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରବୀଣ ଶର୍ମା ଯୋଗଦେଇ ରଗଡି ଗ୍ରାମକୁ ବିଦ୍ୟୁତ୍ ସଂଯୋଗୀକରଣର ଆଦର୍ଶ ଗ୍ରାମ ଭାବରେ ଘୋଷଣା କରି ଗ୍ରାମର କେତେକ ବିକାଶ ମୂଳକ କାର୍ଯ୍ୟରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ସହଯୋଗର ହାତ ବଢାଯିବା ସମ୍ପର୍କରେ ଆଲୋକପାତ କରିଛନ୍ତି। ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ନିର୍ବାହୀ ଯନ୍ତ୍ରୀ ମନୋଜ ଦାସ, ବିଦ୍ୟୁତ୍ ବାଣିଜ୍ୟ ବିଭାଗ ପରିଚାଳକ ଦୀପକ ବେହେରା, ସ୍ଥାନୀୟ ସରପଞ୍ଚ ବିଜୟଲକ୍ଷ୍ମୀ ମହାନ୍ତି, ସମିତି ସଭ୍ୟ ଭାଗୀରଥି ପାଣି ପ୍ରମୁଖ ଏହି ସମନ୍ୱୟ ବୈଠକରେ ରଗଡି ଗ୍ରାମକୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ଆଦର୍ଶ ଗ୍ରାମ ଘୋଷଣାକୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଛନ୍ତି। ଟାଟା ପାଓାର ସେଣ୍ଟ୍ରାଲ ଓଡିଶା ଡଷ୍ଟ୍ରିବ୍ୟୁସନ ଲିମିଟେଡ୍(ଟିପିସିଓଡିଏଲ୍)ର ସହାୟତାରେ ଏହି କାର୍ଯ୍ୟକ୍ରମ ସଞ୍ଚାଳିତ ହୋଇଥିଲା।

ରଗଡି ଗ୍ରାମକୁ ନିରନ୍ତର ବିଦ୍ୟୁତ୍ ସେବା, ୨୪ଘଣ୍ଟା ମଧ୍ୟରେ ନୂତନ ଗ୍ରାହକଙ୍କୁ ବିଦ୍ୟୁତ୍ ସଞ୍ଜୋଗ ବ୍ୟବସ୍ଥା, ତୃଟିପୂର୍ଣ୍ଣ ଦେୟ ବିଦ୍ୟୁତ୍ ବିଲର ଆଶୁ ସଂଶୋଧନ, ବିଦ୍ୟୁତ୍ ବିଭ୍ରାଟର ତତ୍କାଳିକ ସଂଯୋଗୀକରଣ,ସାମାଜିକ ପ୍ରତିବଦ୍ଧତାର ସହ ଗ୍ରାମ ବିକାଶରେ ସହଯୋଗ, ବିପଦପୂର୍ଣ୍ଣ ଥିବା ଟ୍ରନ୍ସଫରମରକୁ ସୁରକ୍ଷିତ ବ୍ୟବସ୍ଥା ଗ୍ରହଣ କରିବା, ବିଭିନ୍ନ ବିଦ୍ୟାଳୟରେ ବୃକ୍ଷରୋପଣ ଓ ବିଦ୍ୟାର୍ଥିଙ୍କୁ ବିଭିନ୍ନ ପ୍ରଶିକ୍ଷଣ, ଗ୍ରାମର ରାସ୍ତାଘାଟ ଉନ୍ନତି କରଣରେ ସହଯୋଗ ଏବଂ ଗ୍ରାମ୍ୟ ଯୁବ କମିଟି ଗଠନ କରାଯାଇ ବିକାଶ ମୂଳକ କାର୍ଯ୍ୟ ପରିଚାଳନାରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ସହଯୋଗ ମିଳିବା ସମ୍ପର୍କରେ ମୁଖ୍ୟ ଅତିଥି ଆଲୋଚନା କରିଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ଗ୍ରାମରେ ରହିଥିବା ସ୍ମଶାନରେ ଆଲୋକର ବ୍ୟବସ୍ଥା ଏବଂ ରଗଡି ଗ୍ରାମରେ ୨୪ଘଣ୍ଟିଆ ସ୍ଥିର ବିଦ୍ୟୁତ୍ ସେବାକୁ ଅଗ୍ରାଧିକାର ଦିଆଯିବା ପାଇଁ ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦିଆଯାଇଛି। ଉପଖଣ୍ଡ ବିଦ୍ୟୁତ ଅଧିକାରୀ ଶ୍ରୀ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେରଇଥିଲେ। ବାଙ୍କୀ ଉପଖଣ୍ଡ ବିଦ୍ୟୁତ୍ ବିଭାଗର କାର୍ଯ୍ୟରତ କର୍ମଚାରୀ ଓ କନିଷ୍ଠ ଯନ୍ତ୍ରୀ ବୈଠକରେ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories