www.samajalive.in
Sunday, December 7, 2025
14.1 C
Bhubaneswar

ଆଜି ସାଧାରଣତନ୍ତ୍ର ଦିବସ ପ୍ୟାରେଡର ସମ୍ପୂର୍ଣ୍ଣ ଅଭ୍ୟାସ

ଡେସ୍କ: ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଆଜି ସାଧାରଣତନ୍ତ୍ର ଦିବସ ପ୍ୟାରେଡର ସମ୍ପୂର୍ଣ୍ଣ ଅଭ୍ୟାସ ଅନୁଷ୍ଠିତ ହେବ। ସମଗ୍ର ମାର୍ଗରେ ପ୍ୟାରେଡର ସୁଗମ ପରିଚାଳନା ପାଇଁ ଦିଲ୍ଲୀ ପୋଲିସ ବିସ୍ତୃତ ଟ୍ରାଫିକ ବ୍ୟବସ୍ଥା କରିଛି। ପ୍ୟାରେଡ଼ ଅଭ୍ୟାସ ସକାଳ ୧୦ଟା ୩୦ରେ ବିଜୟ ଚୌକ ଠାରୁ ଆରମ୍ଭ ହୋଇ ଲାଲ କିଲ୍ଲାକୁ ଯିବ। ପ୍ୟାରେଡ଼ ବିଜୟ ଚୌକ, କର୍ତ୍ତବ୍ୟ ପଥ, ସି-ହେକସାଗନ୍‌‌, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଷ୍ଟାଚ୍ୟୁ ସ୍କୋୟାର ଏବଂ ତିଲକ ମାର୍ଗ ଦେଇ ଲାଲ କିଲ୍ଲାକୁ ଯିବ। ସେହି ସମୟରେ ବିଜୟ ଚୌକ ଠାରୁ ଇଣ୍ଡିଆ ଗେଟ୍‌‌ ପର୍ଯ୍ୟନ୍ତ କର୍ତ୍ତବ୍ୟ ପଥରେ ପ୍ୟାରେଡ୍‌‌ ଶେଷ ପର୍ଯ୍ୟନ୍ତ କୌଣସି ଟ୍ରାଫିକ୍‌‌ ଅନୁମତି ଦିଆଯିବ ନାହିଁ ବୋଲି ଦିଲ୍ଲୀ ପୋଲିସ କହିଛି। ଦିଲ୍ଲୀ ପୋଲିସ ଯାତ୍ରୀମାନଙ୍କୁ ସେମାନଙ୍କ ଯାତ୍ରା ପୂର୍ବରୁ ଯୋଜନା କରିବାକୁ ଏବଂ ସେମାନଙ୍କ ସୁବିଧା ପାଇଁ ସକାଳ ୯ଟା ୩୦ରୁ ପୂର୍ବାହ୍ନ ୧ଟା ମଧ୍ୟରେ ପ୍ୟାରେଡ୍‌‌ ମାର୍ଗ ପରିବର୍ତ୍ତେ ଅନ୍ୟ ରାସ୍ତାରେ ଯିବାକୁ ଅନୁରୋଧ କରିଛି।

ବିବାହ ନ କଲେ ବାହାରକୁ ଯିବା ମନା – ମହିଳାଙ୍କ ଉପରେ ତାଲିବାନୀ କଟକଣା

- Advertisement -

ଆଜି ସମ୍ପୂର୍ଣ୍ଣ ରିହର୍ସାଲ ସମୟରେ ସମସ୍ତ ମେଟ୍ରୋ ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ସେବା ଉପଲବ୍ଧ ହେବ। ତେବେ କେନ୍ଦ୍ରୀୟ ସଚିବାଳୟ ଏବଂ ଉଦ୍ୟୋଗ ଭବନରେ ସକାଳ ୫ଟାରୁ ୧୨ଟା ପର୍ଯ୍ୟନ୍ତ ଚଢିବା ଏବଂ ଓହ୍ଲାଇବା ପାଇଁ ଅନୁମତି ଦିଆଯିବ ନାହିଁ।

କର୍ତ୍ତବ୍ୟ ପଥରେ ଗଡିବ ୨୬ଟି ପ୍ରଜ୍ଞାପନ ମେଢ଼, ଓଡିଶା ସାମିଲ

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories