www.samajalive.in
Sunday, December 14, 2025
17.1 C
Bhubaneswar

‘ଓଡ଼ିଶାରେ ବିଜେଡିକୁ ଭାଙ୍ଗିବାକୁ ଦିଲ୍ଲୀରେ ଡେରା ପକାଇଥିଲେ ପାଣ୍ଡିଆନ’: ଜାତୀୟ ଗଣମାଧ୍ୟମର ଏଭଳି ରିପୋର୍ଟକୁ ଖଣ୍ଡନ କଲେ ନବୀନ

ସମାଜ ଡିଜିଟାଲ ଡେସ୍କ: ‘‘ଓଡ଼ିଶାରେ ବିଜେଡିକୁ ଭାଙ୍ଗିବା ପାଇଁ ଦିଲ୍ଲୀରେ ଡେରା ପକାଇଥିଲେ ଭି.କେ. ପାଣ୍ଡିଆନ।’’ ଏଭଳି କିଛି ଖବର ପ୍ରକାଶ ପାଇଛି ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟରେ। ଯାହାକୁ ନେଇ ଓଡ଼ିଶା ରାଜନୀତି ଏବେ ସରଗରମ ହୋଇଛି। ତେବେ ଏହି ରିପୋର୍ଟକୁ ଖଣ୍ଡନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏହି ରିପୋର୍ଟ ମିଥ୍ୟା ବୋଲି କହିଛନ୍ତି ନବୀନ। ପାଣ୍ଡିଆନ ଜଣେ ଭଲ ବ୍ୟକ୍ତି। ବିଜୁ ଜନତା ଦଳ ଏବଂ ରାଜ୍ୟ ପାଇଁ ପାଣ୍ଡିଆନଙ୍କ କାର୍ଯ୍ୟ ସର୍ବଦା ସମ୍ମାନନୀୟ ବୋଲି ପୂର୍ବରୁ କହିଆସିଥିବା ନବୀନ ନିଜ ଏକ୍ସ ଆକାଉଣ୍ଟରେ ସ୍ପଷ୍ଟ କରିଛନ୍ତି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ପାଣ୍ଡିଆନ ଗତ କିଛି ସପ୍ତାହ ହେବ ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ଉଦ୍ୟମ କରିଥିଲେ। ଏଥିରେ ମଧ୍ୟସ୍ଥ ସାଜିଥିଲେ ଜଣେ କ୍ୟାବିନେଟ ମନ୍ତ୍ରୀ। କିନ୍ତୁ ଶାହଙ୍କୁ ଭେଟିପାରି ନ ଥିଲେ ପାଣ୍ଡିଆନ। ଶେଷରେ ସେ ବିଜେପି ନେତୃବୃନ୍ଦଙ୍କୁ ଏକ ବାର୍ତ୍ତା ପଠାଇଥିଲେ, ଯେଉଁଥିରେ ସେ କହିଥିଲେ ଯେ, ସେ ଓଡ଼ିଶାରେ ବିଜେଡିକୁ ଭାଙ୍ଗିଦେଇପାରିବେ ଏବଂ ବିଜେପିକୁ ଆଗକୁ ବଢ଼ିବାରେ ସହଯୋଗ କରିପାରିବେ। ନିକଟରେ ରାଜ୍ୟରେ ବିଜେପି ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କଲା। କିନ୍ତୁ ବିଜେଡିକୁ ଅଧିକ ଭୋଟ ମିଳିଥିଲା। ପାଣ୍ଡିଆନ ବିଜେପିକୁ ଓଡ଼ିଶାରେ ସୁଦୃଢ଼ ହେବାରେ ସହଯୋଗ କରିବାକୁ ପ୍ରସ୍ତାବ ଦେଇଥିଲେ। ମାତ୍ର ବିଜେପି ନେତୃବୃନ୍ଦ ବର୍ତ୍ତମାନ ପରିସ୍ଥିତିରେ ପାଣ୍ଡିଆନଙ୍କୁ ଛାଡ଼ି ନବୀନଙ୍କ ପକ୍ଷ ନେନାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି।

- Advertisement -

ରିପୋର୍ଟରେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଦର୍ଶାଯାଇଛି ଯେ, ସଂସଦରେ ଏବଂ ଭବିଷ୍ୟତରେ ହେବାକୁ ଥିବା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ସମର୍ଥନ ଲାଗି ବିଜେପି ନବୀନ ପଟ୍ଟନାୟକଙ୍କ ସହିତ ଯୋଗାଯୋଗ କରିଛି। ରାଜ୍ୟସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ନାହିଁ। ତେଣୁ ରାଜ୍ୟ ସଭାରେ ବିଲ୍‌ ପାସ୍‌ ପାଇଁ ବିଜେଡିର ୯ ସଦସ୍ୟଙ୍କ ସମର୍ଥନ ହାସଲ ଲାଗି ବିଜେପି ନବୀନଙ୍କୁ ଯୋଗାଯୋଗ କରିଥିଲା। ବିଧାନସଭାରେ ବି ବିଜେଡିର ୫୧ ବିଧାୟକ ରହିଥିବାରୁ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ମେଣ୍ଟ ସରକାରଙ୍କୁ ସମର୍ଥନ କରିବା ଲାଗି ମଧ୍ୟ କୁହାଯାଇଥିଲା। ଏ ସଂକ୍ରାନ୍ତରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ନବୀନଙ୍କ ସହ ଗତ ସପ୍ତାହରେ କଥା ହୋଇଥିଲେ। ଯଦି ବିଜେପି ପାଣ୍ଡିଆନଙ୍କୁ ବ୍ୟବହାର ନ କରିବାକୁ ପ୍ରତିଶ୍ରୁତି ଦିଏ, ତେବେ ସେ ରାଜ୍ୟ ସଭା ଏବଂ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏକୁ ସମର୍ଥନ କରିବେ ବୋଲି ନବୀନ କହିଥିବା ଦର୍ଶାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories