ରେଙ୍ଗାଲିକ୍ୟାମ୍ପ: ଅତାବିରା ଅଞ୍ଚଳରେ ଏବେ ଚୋର ମାତିଛନ୍ତି ଚୋରି କରିବାରେ। ଦୋକାନ, ମନ୍ଦିର ଆଦିରେ ଚୋରି ପରେ ଏବେ ଅଣ୍ଡlଳୁଛନ୍ତି ସ୍କୁଲରେ। ଯାହା ଗତ ରାତିରେ ଦେଖିବାକୁ ମିଳିଛି ବୁଗୁବୁଗl ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ଚୋରମାନେ ପଛପଟ ଦେଇ ଭିତରେ ପଶି ଚୋରୀ କରିଛନ୍ତି। ସ୍କୁଲ୍ ପରିସରରେ ଥିବା ଅଙ୍ଗନୱାଡି କେନ୍ଦ୍ର ଆଦିର ତାଲା ଭାଙ୍ଗି ପଡିଥିବା ବେଳେ ଷ୍ଟୋର ଘରେ ଥିବା ୩ କୁଇଣ୍ଟାଲ୍ ୫୦ କେଜି ଚାଉଳ ଓ ରୋଷେଇ ଉପକରଣ ଗୁଡିକ ଚୋରି ହୋଇଥିବା ଜଣାପଡିଛି।
ଘଟଣାକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ ଚୋରମାନେ ପ୍ରଥମେ ରୋଷେଇ ଘର ତାଲା ଭାଙ୍ଗି କିଛି ପାଇ ନାହାଁନ୍ତି, ତା ପରେ ଅଙ୍ଗନୱାଡି କେନ୍ଦ୍ରର ତାଲା ଭଙ୍ଗିଛନ୍ତି, ସେଠାରେ ମଧ୍ୟ କିଛି ନ ପାଇବାରୁ ଷ୍ଟୋର ଘର ତାଲା ଭାଙ୍ଗିଛନ୍ତି। ସ୍କୁଲ୍ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ସେ ଗ୍ରହଣ କରିଥିବା ୧୦ କ୍ଵିଣ୍ଟାଲ ଚାଉଳ ରୁ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ବାଣ୍ଟି ସାରିଥିଲେ, ଆଉ ମାତ୍ର୩୦/୩୫ ଜଣଙ୍କର ଚାଉଳ ରହିଥିଲା। ସେହି ଚାଉଳ ସହ ଚୋରମାନେ ରନ୍ଧନ ଉପକରଣ ଗୁଡ଼ିକୁ ମଧ୍ୟ ଚୋରି କରି ନେଇଛନ୍ତି।



