www.samajalive.in
Monday, December 15, 2025
15.1 C
Bhubaneswar

ଓଲଟିଲା ଲୁହାପଥର ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଗୋଡଭଗା ତୁରୁମ ୫୪ନଂ ରାଜ୍ୟ ରାଜପଥରେ ସମ୍ବଲପୁରରୁ ଏକ ଲୁହା ପଥର ବୋଝେଇ ଟ୍ରକ ରାୟଗଡ଼ା ଅଭିମୁଖେ ଯାତ୍ରା କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକଟି ଗୋଡଭଗା ଫାଣ୍ଡିରୁ ଅନତି ଦୂରରେ କୁଜା ପାଲି ପାଖରେ ଓଲଟି ଯାଇ ବିଲ ଭିତରେ ପଡ଼ିଥିଲା। ତେବେ ସୌଭାଗ୍ୟବଶତଃ ଚାଳକ ସନ୍ଦୀପ ଶୁକ୍ଳା(୩୫)ଙ୍କ ସହ ଯିବା ଆସିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖଲାସୀ ନ ଥିବା ଯୋଗୁଁ ଡ୍ରାଇଭର ବାମ ପାର୍ଶ୍ବର ରାସ୍ତା ବିଷୟରେ ସ୍ପଷ୍ଟ ଜାଣି ପାରି ନ ଥିବାରୁ ଚକ ଦବିଯିବା ଫଳରେ ଦୁର୍ଘଟଣା ଘଟିଛି ବୋଲି ଚାଳକ କହିଥିଲେ।

ଏହି ରାସ୍ତାରେ ନିତି ଦିନିଆ ଭାବେ ବଡ ବଡ ବାଲି ଗାଡ଼ି ଡମ୍ପର, ଟ୍ରକ୍ ଦ୍ରୁତ ଗତିରେ ଯିବା ଆସିବା କରୁଥିବା ଯୋଗୁଁଁ ସେହି ରାସ୍ତାରେ ଲୋକେ ଯିବା ଆସିବା କରିବା ପାଇଁ ସୁରକ୍ଷିତ ମଣୁ ନାହାନ୍ତି। ଏପରିକି ଏହି ବେଆଇନ ମାଲ ବୋଝେଇ ଗାଡ଼ିଗୁଡ଼ିକ କେତେବେଳେ କାହା ଜୀବନ ନେବ କିଛି କହି ହେଉନାହିଁ ବୋଲି ଲୋକେ କହନ୍ତି। ପରିବହନ ବିଭାଗ ଏବଂ ତହସିଲଦାର ଏ ଦିଗରେ କଠୋର ପଦକ୍ଷେପ ନେବା ଉଚିତ, କାରଣ କ୍ଷମତାଠାରୁ ଅଧିକ ବୋଝେଇ କରିବା, ଦ୍ରୁତଗତି, ଲାଇସେନ୍ସ ବିହୀନ ଚାଳକ, ବାଲି ଚୋରା ଚାଲାଣ ଗାଡ଼ି ଆଦି ଯାଞ୍ଚ କରାଗଲେ ଦୁର୍ଘଟଣାର ପରିମାଣ କମି ଯାଆନ୍ତା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଅନେକ ଲୋକଙ୍କ ଜୀବନ ଚାଲି ଯାଉଛି, ଜୀବନ ସହ ବ୍ୟକ୍ତିଗତ ହେଉ ବା ସରକାରୀ ସମ୍ପତ୍ତି ମଧ୍ୟ ନଷ୍ଟ ହେଉଛି। ଏଣୁ ଏଥିପ୍ରତି ଗୁରୁତ୍ବ ଦେଇ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories