ରେଙ୍ଗାଲିକ୍ୟାମ୍ପ: ଭୁଜାଲି ମାଡ଼ରେ ଦୁଇ ଗୁରୁତର। ଅତାବିରା ଥାନା ଅନ୍ତର୍ଗତ ୫୩ ନଂ ମୁଖ୍ୟ ଜାତୀୟ ରାଜପଥ କଡରେ ରହିଥିବା ପାତ୍ର କମ୍ପ୍ଲେକ୍ସ ଉପରେ ଥିବା ଇଣ୍ଡିଆନ୍ ଶାଢ଼ୀ ଦୋକାନର ମାଲିକ ଶୁଭମ୍ ଓ ମାଲିକଙ୍କ ସମ୍ପର୍କୀୟ ରୋହିତ ଗତ ରାତ୍ରୀରେ ଖାଇବା ପାଇଁ ସରଣ୍ଡା ଓ ଚକୁଳି ଫାର୍ମ ମଝିରେ ରହିଥିବା ଢ଼ାବାକୁ ଯିବା ସମୟରେ ରାଜରାସ୍ତା ଉପରେ କେତେକ ଦୁର୍ବୃତ୍ତ ହଠାତ୍ ନିଛାଟିଆ ଦେଖି ଲୁଟିବା ଉଦ୍ୟମ କରିବା ସହ ଅତର୍କିତ ଭାବେ ମରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଚମ୍ପଟ ମାରିଥିବା ଜଣାପଡିଛି। ରକ୍ତାକ୍ତ ଅବସ୍ଥାରେ ଚିତ୍କାର କରି ଆସୁ ଥିବାବେଳେ ଯିବାଆସିବା ଲୋକେ ଅତାବିରା ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିବା ପରେ ସେମାନଙ୍କୁ ଉଦ୍ଧାର କରି ପ୍ରାରମ୍ଭିକ ଚିକିତ୍ସା ସହ ଗୁରୁତର ଅବସ୍ଥା ଦେଖି ରାୟପୁର ଡାକ୍ତରଖାନାକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ଗୁରୁତର ବ୍ୟକ୍ତି ହେଲେ ଶୁଭମ୍ ଗୁପ୍ତା (୧୮) ରୋହିତ କୁମାର (୨୫) ଏମାନେ କପଡା ଦୋକାନୀ ଓ ସମ୍ପର୍କୀୟ, ବିହାରର ଯୁବକ ହୋଇଥିବା ଜଣାପଡିଛି। ଘଟଣାକୁ କେନ୍ଦ୍ର କରି ସନ୍ଦେହରେ କିଛି ଲୋକଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରିବା ସହ ଅଧିକରୁ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।
୧୮ ମାସ ପରେ କେତୁ ଚଳନ : ଏହି ରାଶି ହେବେ ମାଲାମାଲ୍, ଖାଲି ମିଳିବ ଖୁସି, ବଢିବ ଦରମା, କିଣିବେ ଘର, ଗାଡି..
ଭୋଜି ଖାଇବୁ ମାନେ ଖାଇବୁ.. ଦେଖନ୍ତୁ ଭିଡିଓ; ବିବାହ ଭୋଜି ବେଳେ ହଠାତ୍ ବର୍ଷା ହେବା ପରେ ଲୋକେ କଲେ ଏମିତି..



