www.samajalive.in
Wednesday, December 10, 2025
16.1 C
Bhubaneswar

ସରକାରୀ ଯୋଜନାର ବଦଳ ଚିତ୍ର: ୧୫ ଟଙ୍କାରେ ବିକ୍ରି ହେଉଛି ୧ ଟଙ୍କିଆ ଚାଉଳ, ବାଦ୍ ପଡିଛନ୍ତି ପ୍ରକୃତ ହିତାଧିକାରୀ

ରେଙ୍ଗାଲିକ୍ୟାମ୍ପ: ଦରିଦ୍ର ସୀମାରେଖା ତଳେ ଥିବା ପରିବାରଙ୍କ ପାଇଁ ରହିଛି ସରକାରଙ୍କ ଅନ୍ତୋଦୟ ବ୍ୟବସ୍ଥା। ନିୟମ ଅନୁସାରେ ଯେଉଁମାନେ ବଞ୍ଚିବାର ସର୍ବନିମ୍ନ ମୌଳିକ ଆବଶ୍ୟକତାକୁ ପୂରଣ କରିପାରନ୍ତି ନାହିଁ ସେମାନଙ୍କୁ ଅନ୍ତୋଦୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ କାର୍ଡ ଦିଆଯିବା କଥା। ଯାହା ଫଳରେ ସେମାନେ ଏହି ଯୋଜନାରୁ ଉପକୃତ ହୋଇପାରିବେ। କିନ୍ତୁ ଏହି ଯୋଜନା ଠିକ ଭାବରେ କାର୍ଯ୍ୟକାରୀ ହେଉ ନଥିବା ଯୋଗୁଁ ପ୍ରକୃତ ହିତାଧିକାରୀ ଅନ୍ତୋଦୟ ସେବାରୁ ବଞ୍ଚିତ ହେଉଥିବା ବେଳେ ଅଧିକାଂଶ ବଡବଡିଆଙ୍କୁ ଏହି ସେବା ପ୍ରଦାନ କରାଯାଉଛି। ପରିଣାମ ସ୍ୱରୂପ ବଡ ବଡ ବ୍ୟବସାୟୀ ତଥା କେତେକ ମିଲ ମାଲିକ ଏହାର ଫାଇଦା ବେଶ୍ ଉଠାଉଛନ୍ତି ଯାହା ଦେଖିବାକୁ ମିଳିଛି ଅତାବିରା ବ୍ଲକ ଟୋପ ଗ୍ରାମରେ।

ଏହି ଗ୍ରାମର ଅନେକ ଅନ୍ତୋଦୟ କାର୍ଡ ଧାରୀ ଆଜି ଗାଆଁ ଦାଣ୍ଡରେ ଖୁଲମ୍ ଖୁଲା ଏକ ଟଙ୍କାର ଚାଉଳକୁ ୧୫ ଟଙ୍କାରେ ବିକ୍ରି କରୁଥିବା ସାମ୍ନାକୁ ଆସିଛି। ସୂଚନା ଯୋଗ୍ୟ ଯେ ଏମାନେ ଅନେକ ଦିନରୁ ଏହିପରି ଭାବରେ ଏହି ଚାଉଳ ବିକ୍ରି କରି ଆସୁଛନ୍ତି।ଆଉ ପଦମପୁର, ବିଜେପୁର, ଷୋହେଲାରୁ ବ୍ୟବସାୟୀମାନେ ଆସି ଏହି ଚାଉଳ କିଣି ନେଉଛନ୍ତି। ସେହି ଚାଉଳକୁ ବାରମ୍ବାର ରିମିଲିଙ୍ଗ କରି ସେଥିରୁ ପୁଣି ଉନ୍ନତ ମାନର ଚାଉଳ କରି ତାକୁ ଆହୁରି ଅଧିକ ମୂଲ୍ୟରେ ବିକ୍ରି କରି ଏହି ବ୍ୟବସାୟୀମାନେ ଲାଭବାନ ହେଉଛନ୍ତି। ଆଜି ଗାଡ଼ି ନମ୍ୱର୍ ଓଡ଼ି ୧୭ କେ ୯୯୧୫ରେ କୁଇଣ୍ଟାଲ୍ କୁଇଣ୍ଟାଲ ଚାଉଳ କିଣା ହୋଇ ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଯଦି ଏହି ଅନ୍ତୋଦୟ କାର୍ଡଧାରିମାନେ ପ୍ରକୃତ ହିତାଧିକାରୀ ଅଟନ୍ତି, ତେବେ ସେମାନେ କିପରି ଚାଉଳ ବିକ୍ରି କରୁଛନ୍ତି? ନିଶ୍ଚିତ ରୂପେ ଏହି ଚାଉଳର ଆବଶ୍ୟକତା ଏମାନଙ୍କ ପାଇଁ ନାହିଁ। ସରକାରୀ ଯୋଜନା ଯେମିତି ପ୍ରହସନ ପାଲଟିଲା ପରି ଜଣାଯାଏ। ତେବେ ପ୍ରକୃତ ହିତାଧିକାରୀଙ୍କୁ ଏହି ସୁବିଧାରୁ ବଞ୍ଚିତ ନକରି ସରକାରୀ ଯୋଜନାକୁ ଠିକ୍ ଭାବରେ ପରିଚାଳିତ କରିବା ପାଇଁ ସରକାରୀ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାପାଇଁ ଅଞ୍ଚଳରେ ଦାବି ହେଉଛି।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories