ପ୍ରକୃତିରେ ପ୍ରାଣ ସଞ୍ଚାର କରେ ଗଙ୍ଗାଧରଙ୍କ ସାହିତ୍ୟ..

ଲାରମ୍ଭା ମିନି ଶାନ୍ତିନିକେତନ ରେ ଗଙ୍ଗାଧର ଜୟନ୍ତୀ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ସ୍ଥିତ ମିନି ଶାନ୍ତିନିକେତନ ଲରମ୍ଭା ମହାବିଦ୍ୟାଳୟ ଲରମ୍ଭା ଠାରେ ଗଙ୍ଗାଧର ମେହେରଙ୍କ ଜନ୍ମଜୟନ୍ତୀ ପାଳିତ ହୋଇ ଯାଇଅଛି । ଏହି ଅବସରରେ ସଭାପତି କଲେଜ ଅଧ୍ୟକ୍ଷ ପ୍ରମୋଦ କୁମାର ଭୋଇ, ମୁଖ୍ୟଅତିଥି ବ୍ରଜମୋହନ ପଣ୍ଡାଙ୍କ ସୁପୁତ୍ର ପଦ୍ମଲୋଚନ ପଣ୍ଡା, ମୁଖ୍ୟବକ୍ତା ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ଇଂରାଜୀ ପ୍ରଧ୍ୟାପକ କାଳିଦାଶ ମିଶ୍ର, ବିଭାଗ ମୁଖ୍ୟ ଡଃ ଶାନ୍ତିଲତା ବାରିକ, ପ୍ରାଧ୍ୟାପିକା ଜୟାକୁମାରୀ ମିଶ୍ର ମଞ୍ଚାସୀନ ରହିଥିଲେ। ପ୍ରଥମେ ଗଙ୍ଗାଧର ଓ ବଜ୍ରମୋହନଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ବଳନ ସହିତ ମାଲ୍ୟାର୍ପଣ କରାଯାଇଥିଲା। ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ବକ୍ତା ମାନେ ନିଜନିଜର ବକ୍ତବ୍ୟରେ ଗଙ୍ଗାଧର ସାହିତ୍ୟରେ ଥିବା ମଧୁମୟତାକୁ ଉପସ୍ଥାପନା କରିଥିଲେ। ଗଙ୍ଗାଧର ଥିଲେ ପ୍ରକୃତିର ଉପାସକ ଥିଲେ। ତାଙ୍କ ସାହିତ୍ୟରେ ବିନ୍ଦୁ ମଧ୍ୟରେ ସିନ୍ଧୁର ପରିକଳ୍ପନା ଅତିବ ମନୋରମ ସହ ଭାଷାରେ ଅଛି ପଲ୍ଲୀ ପ୍ରାଣତା। ପ୍ରକୃତିକୁ ଜୀବନ୍ତ ରୂପେ ଗଢି ତୋଳିବାରେ ସେ ସିଦ୍ଧହସ୍ତ ବୋଲି ଆଲୋଚକ ମାନେ ମତାମତ ଦେଇଥିଲେ। ଅଧ୍ୟାପକ ଡ.ରଂଜିତ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ସଂଘମିତ୍ରା ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ। ଦିବସରେ ଅବସରପ୍ରାପ୍ତ ସମସ୍ତ ଅଧ୍ୟକ୍ଷ, ଅଧ୍ୟାପକ ,କର୍ମଚାରୀ,ପ୍ରାଧ୍ୟାପକ ଅଶୋକ ମହାନ୍ତି , ଡଃ ଦିଗମ୍ବର ଚାନ୍ଦ, ଅଧ୍ୟାପକ ଚୂଳରାଜ ମେହେର , ଅଧ୍ୟାପିକ ଯଶୋବନ୍ତୀ ସା , ପ୍ରମୋଦ ସେଟ, ସମେତ ସମସ୍ତ କର୍ମଚାରୀ , ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Comments are closed.