www.samajalive.in
Sunday, December 14, 2025
19.1 C
Bhubaneswar

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବିଜ୍ଞାନ ପ୍ରଦର୍ଶନୀ, ପ୍ରଦର୍ଶିତ ହେଲା ୪୭୪ ଟି ପ୍ରକଳ୍ପ

ରେଙ୍ଗାଲିକ୍ୟାମ୍ପ: ଦେଶର ବିକାଶ ପାଇଁ ନାରା ଥିଲା ଜୟ ଜୱାନ ଜୟ କିଷାନ୍। କିନ୍ତୁ ବିଜ୍ଞାନର ଜୟ ଯାତ୍ରା ଆଜି ତାକୁ ପରିବର୍ତ୍ତନ କରି ଦେଇପାରିଛି। ଆଜିର ସ୍ଲୋଗାନ ଜୟ ବିଜ୍ଞାନ,ଜୟ ଅନୁସନ୍ଧାନ। ଛାତ୍ରଛାତ୍ରୀଙ୍କ ଅନୁସନ୍ଧିତ୍ସୁ ମନୋବୃତ୍ତି ଯୋଗୁଁ ଆଜି ବିଜ୍ଞାନର ଅଗ୍ରଗତି ହୋଇଚାଲିଛି। ଦେଶ ମଧ୍ୟ ବିକାଶ ଦିଗରେ ଆଗେଇଛି ବୋଲି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବିଜ୍ଞାନ ପ୍ରଦର୍ଶନୀରେ ଯୋଗଦେଇଥିବା ମୁଖ୍ୟ ଅତିଥି ପ୍ରଫେସର ପୀୟୁଷ ରଞ୍ଜନ ଦାଶ ପ୍ରକାଶ କରିଥିଲେ। ଲାଦର ପାଲି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ମାତୃପୁରୀଠାରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଭିସୁଟ, ବୁର୍ଲାର ପଦାର୍ଥ ବିଜ୍ଞାନ ପ୍ରଫେସର ପୀୟୁଷ ରଞ୍ଜନ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମ ସଂଯୋଜକ ବବ୍ରୁବାହନ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ସଭାପତି ଶେଷଦେବ ନାଏକ, ଅଧ୍ୟକ୍ଷ ଟିକେଲାଲ୍ ଚାନ୍ଦ ,ଶିକ୍ଷା ସଂଯୋଜକ ଯତୀନ୍ଦ୍ର ପ୍ରଧାନ, କବି ସରୋଜ କୁମାର ରଥ, ସୁନୀଲ ଖମାରି, ବିଜ୍ଞାନ ବିଭାଗୀୟ ମୁଖ୍ୟ ରତନ ଦୀପ, ରାମଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ନିରଞ୍ଜନ ପଶାୟତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏଥିରେ ସବ ଜୁନିଅର ବିଭାଗରେ ୧୫୮, ଜୁନିଅର ବିଭାଗରେ ୧୭୭, ସିନିୟର୍ ବିଭାଗରେ ୧୩୯ ପ୍ରକଳ୍ପ ସ୍ଥାନ ପାଇଥିଲା।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories