www.samajalive.in
Monday, December 15, 2025
24.1 C
Bhubaneswar

ଲୁରୁପାଳି ମେହେର ପଡ଼ାବାସୀଙ୍କ ପାଇଁ ଚିନ୍ତା ବଢ଼ାଉଛି ରାସ୍ତା, ଅସରାଏ ବର୍ଷାରେ ଜମୁଛି ଆଣ୍ଠୁଏ ପାଣି

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ମନା ପଡ଼ା ପଞ୍ଚାୟତ ଅଧିନରେ ଥିବା ଲୁରୁପାଲି ଗାଆଁ ଏବେ ବି ବିକାଶଠାରୁ ଦୂରରେ ରହିଛି। ଏହି ଗାଆଁର ମେହେର ପଡ଼ା ରାସ୍ତାର ଦୁଇ ପାର୍ଶ୍ବରେ ଖାଲ ହୋଇ ପୋଖରୀ ଭଳିଆ ପାଣି ଜମି ରହୁଛି। ଫଳରେ ଅଜଣା ଲୋକ ଏହି ରାସ୍ତା ଦେଇ ଯିବା ଆସିବା ବେଳେ ଅନେକ ଛୋଟ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏଠାରେ ପାଣି ଜମି ରହି ମଶା ମlଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି ।

ଏହି ରାସ୍ତା ସଂଯୋଗ କରୁଛି ଲସ୍ତଲା, କତାବଗା, ମନାପଡ଼ା, କାଠଡେରା ଆଦି ଅନେକ ଗ୍ରାମକୁ। ଅତୀତରେ ଏହି ରାସ୍ତା ଦେଇ ଅଞ୍ଚଳର ପ୍ରସିଦ୍ଧ କାଠ ଡେରା ଗୁଣ୍ଡିଚା ଧାମକୁ ପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଯାଇଥିଲା। ଗ୍ରାମର ୨୦୦ ମିଟର ରାସ୍ତା ସମ୍ପୂର୍ଣ ଜରାଜୀର୍ଣ୍ଣ ହୋଇ ପଡ଼ି ରହିଛି। ସାମାନ୍ୟ ବର୍ଷା ହେଲେ କୃତ୍ରିମ ପୋଖରୀ ସୃଷ୍ଟି ହେଉଛି। ଦୀର୍ଘ ଆଠ ବର୍ଷ ହେଲା ଏହି ରାସ୍ତାରେ ପାଣି ଜମିବା ଯୋଗୁଁ ସ୍ଥାନୀୟ ପଡ଼ା ବାସୀ ଯିବା ଆସିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ମରାମତି ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ନିବେଦନ କରିଛନ୍ତି।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories