www.samajalive.in
Sunday, December 14, 2025
19.1 C
Bhubaneswar

ବ୍ଲକସ୍ତରୀୟ ପାଚିକା ସହାୟିକା ପ୍ରଶିକ୍ଷଣ ଶିବିର

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ସ୍ତରୀୟ ପାଚିକା ତଥା ସହାୟିକା ଙ୍କ ପ୍ରଶିକ୍ଷଣ ଶିବିର ବ୍ଲକ୍ ଶିକ୍ଷା ଅଧିକାରୀ ମଚ୍ଛିନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତଥା ବିଆରସିସି କାର୍ତ୍ତିକ ବାଗ ଏବଂ ତପନ୍ କୁମାର୍ ଦାସ ଯୋଗଦାନ କରିଥିଲେ। ଏହି ଦିନିକିଆ ତାଲିମ୍ କାର୍ଯ୍ୟକ୍ରମ ଅତାବିରା ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ ଅତାବିରା ଏବଂ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ ଗୋଡଭଗା ରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ବ୍ଲକର ମୋଟ ୨୯୪ ଜଣ ପାଚିକା ସହାୟିକା ଯୋଗଦାନ କରିଥିଲେ। ସାଧନ କର୍ମୀ ଭାବରେ ସି ଆର୍ ସି ସି ରଞ୍ଜନ ବାଗ୍, ଧରମ ନାୟକ, ସୀତାପତି ପ୍ରଧାନ, କୃତାର୍ଥ ଚନ୍ଦ୍ର ଭୁଏ, ଜୟଦେବ ନାଏକ, ରାଜୀବ ବିଶ୍ଵାଳ, ଭକ୍ତ କଂହେଇ, ରଶ୍ମିରାଣୀ ନନ୍ଦ, କେଶବ ଛନ୍ଦ ଦାୟିତ୍ଵ ନିର୍ବାହ କରିଥିଲେ। ଋଷୁଭ ପଣ୍ଡା,ତ୍ରିଲୋଚନ ସେଠ୍, ରବି ଗୁପ୍ତା, ରିଙ୍କି ସାହୁ, ରୁବି ସାହୁ, କଲ୍ୟାଣୀ ସାମନ୍ତ, ସତ୍ୟବାନ୍ ସାହୁ ଓ ଆନନ୍ଦ ସାହୁ ସହଯୋଗ କରିଥିଲେ। ଖାଦ୍ୟ ନିରାପତ୍ତା ଓ ସ୍ବଚ୍ଛତା ଉପରେ ପିପିଟି ଓ ଭିଡ଼ିଓ ପ୍ରଦର୍ଶନ ମାଧ୍ୟମରେ ଏହି ତାଲିମ ପ୍ରଦାନ କରାଯାଇଥିଲା। ସମସ୍ତ ପାଚିକା ସହାୟିକାଙ୍କୁ ସଫଳତାର ସହ ତାଲିମ୍ ପରିସମାପ୍ତି କରିଥିବାରୁ ସମସ୍ତଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇ ଥିଲା। ଶେଷରେ ସିଆରସିସି ନନ୍ଦିଘୋଷ ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories