www.samajalive.in
Sunday, December 14, 2025
23.1 C
Bhubaneswar

ଅସହାୟ ସବିତାଙ୍କ ବିବାହ ପାଇଁ ସହାୟତାର ହତାବଢାଇଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ

ହରଭଙ୍ଗା : ପରିବାର କହିଲେ ମା, ବାପା, ଗୋଟିଏ ଭାଇ, ଗୋଟିଏ ଭଉଣୀ! କାମଧନ୍ଦା ମୂଲ ମଜୁରୀ କରି ଦୁଖେ କଷ୍ଟେ ପରିବାର ବେଶ ହସଖୁସିରେ ଚଳୁଥିଲା। ଦଇବ ଦୁର୍ୟ୍ୟୋଗରେ ଦୁଇ ବର୍ଷ ତଳେ ମାଆ, ଠିକ ଏହାର ଏକବର୍ଷ ପରେ ଭାଇଙ୍କ ମୃତ୍ୟୁ ହୋଇଗଲା। ଏକମାତ୍ର ସାହାଭରସା ଥିବା ବାପା ଗୋପାଳଙ୍କ ଗତ ଦୁଇମାସ ତଳେ ମୃତ୍ୟୁ ଘଟିଲା। ଏଭଳି ଏକ ଫିଲ୍ମ ସଂଳାପ ଭଳି ଦୁଃଖଦ କାହାଣୀ ଦେଖିବାକୁ ମିଳିଛି ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବିରନରସିଂପୁର ଗ୍ରାମର ସ୍ବର୍ଗତ ଗୋପାଳ ଜାଲଙ୍କ ଏକମାତ୍ର ଝିଅ ସବିତା ଜାଲଙ୍କ ପାରିବାରିକ ଜୀବନରେ। ସମସ୍ତେ ସବିତାକୁ ଏକା କରି ଚାଲିଗଲା ପରେ ଏହି ଅସହାୟ ବାଡୁଅ ଝିଅ କୁ ବିବାହ କରିବା ପାଇଁ ଗାଁ ଲୋକେ, ବନ୍ଧୁବର୍ଗ ସହାୟତାର ହାତ ବଢ଼ାଇଛନ୍ତି।

ସବିତାଙ୍କ ସମ୍ପର୍କରେ ଖବର ପାଇ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱପ୍ନିତା ନାୟକ ଶନିବାର ତାଙ୍କ ପାଖରେ ପହଞ୍ଚିଥିଲେ। ସବିତାଙ୍କ ଦୁଃଖରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାଗିଦାରୀ ହେବା ସହିତ ନିଜ ହାତରୁ ତାଙ୍କ ବିବାହ ପାଇଁ ୧୦ହଜାର ଟଙ୍କା ପ୍ରଦାନ କରିଛନ୍ତି !ଅସହାୟ ସବିତାଙ୍କ ପ୍ରତି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଏହି ସହାୟତାକୁ ସାଧାରଣରେ ପ୍ରଂଶସା କରାଯାଇଛି। ଆସନ୍ତାକଲି (ରବିବାର )ସବିତାଙ୍କ ବିବାହ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି। ସବିତାଙ୍କ ପାଇଁ ପରୋକ୍ଷରେରେ ମା, ବାପା, ଭାଇ ଭଳି ଦାୟିତ୍ୱନିର୍ବାହ କରୁଥିବା ସମସ୍ତ ସହୃଦୟ ବ୍ୟକ୍ତିଙ୍କ ସମାଜସେବା, ପରୋପକାରୀ ମନୋଭାବକୁ ବୁଦ୍ଧିଜୀବୀ ମହଲରେ ପ୍ରଂଶସା କରାଯାଇଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories