www.samajalive.in
Sunday, December 14, 2025
17.1 C
Bhubaneswar

ଚୋକୋ କଫ ସିରଫ ଜବତ, ୨ ଗିରଫ କୋର୍ଟ ଚାଲାଣ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଥାନା ଅନ୍ତର୍ଗତ ସୁଢ଼ା ପାଲି ଗ୍ରାମ ନିକଟରେ ରାସ୍ତା କଡ଼ରେ ଦୁଇ ଜଣ ଯୁବକ ଏକ ବାଇକ୍ ନଂ ଓଡି ୧୭ ସି ୩୩୩୪ ଯୋଗେ ଚୋକୋ କଫ ସିରଫ ବିକ୍ରୀ କରୁଥିବା ଅଭିଯୋଗ ହୋଇଛି। ସେମାନେ ଚୋକୋ କଫ ସିରଫ ବିକ୍ରୀ କରୁଥିବା ଅଭିଯୋଗ ପାଇବା ପରେ ପୁଲିସ ଚଢ଼ାଉ କରିଥିଲା ଏବଂ ୨ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ସୁଢାପାଲି ଗ୍ରାମର ଦୁର୍ବାସା ରାଉତିଆ (୨୬) ଓ କେଶବ ସାହୁ (୨୩) ବୋଲି ଜଣାପଡିଛି ।

ଏମାନଙ୍କ ଠାରୁ ୪୦ ଲିଟର ତରଳ ପଦାର୍ଥ ସହ ୪୨ ଟି କଫ ସୀରଫ ବୋତଲ,୫ ଟି ଖାଲି କଫ ସିରଫ୍ ବୋତଲ, ୨ ଷ୍ଟ୍ରିପ ଅଲ୍ପରାୱିନ୍ ବଟିକା, ୧୦ ଟି ପ୍ଲାଷ୍ଟିକ ଜରି ଗ୍ଲାସ, ୨ଟି ମୋବାଇଲ , ନଗଦ ୪୦୦ ଟଙ୍କା ଓ ଗୋଟିଏ ହିରୋ ସ୍ପ୍ଲେଣ୍ଡର ବାଇକ୍ ଜବତ କରିଛି। କେସ ନଂ ୧୨୦ ରେ ଏକ ମାମଲା ରୁଜୁ କରି ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି।
ଥାନା ଅଧିକାରୀ ଅନିଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଦଳ ଗଠନ କରାଯାଇଛି। ଏହି ସବୁ ଅସାମାଜିକ କାର୍ଯ୍ୟକଳାପ ପ୍ରତି ପୁଲିସ ତଦନ୍ତ ଜାରୀ ରଖିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories