www.samajalive.in
Sunday, December 14, 2025
26.1 C
Bhubaneswar

ଯୁଯୁମୁରା ହକି ଷ୍ଟାଡିୟମକୁ ମଧୁ ଗଡ଼ତିଆଙ୍କ ନାମରେ ନାମିତ ପାଇଁ ଦାବୀ 

ସମ୍ବଲପୁର : ସମ୍ବଲପୁରର ଯୁଯୁମୁରା ଅଞ୍ଚଳବାସୀ ହକି ଷ୍ଟାଡିୟମକୁ ମଧୁ ଗଡ଼ତିଆଙ୍କ ନାମରେ ନାମିତ କରିବା ପାଇଁ ଦାବି କରିଛନ୍ତି। ମଧୁ ଗଡ଼ତିଆ ଏକାଡେମୀ ଓ ଅଞ୍ଚଳବାସୀଙ୍କ ତରଫରୁ ଶୁକ୍ରବାର ଜିଲା ପ୍ରଶାସନକୁ ଦିଆଯାଇଥିବା ଦାବିପତ୍ର ଅନୁଯାୟୀ, ଯୁଯୁମୁରା ନିବାସୀ ହକି ପ୍ରେମୀ ହୋଇଥିବାରୁ ଦୀର୍ଘ ଦିନରୁ ହକିର ବିକାଶ ନିମନ୍ତେ ବିଭିନ୍ନ ସମୟରେ ହକି ପ୍ରତିଯୋଗୀତାର ଆୟୋଜନ କରାଯାଉଛି। ନିୟମିତ ହକି ପ୍ରତିଭାମାନଙ୍କୁ ଆଗକୁ ବଢିବାର ସୁଯୋଗ ସୃଷ୍ଟି କରିବା ସହିତ ସେମାନଙ୍କର ନିୟମିତ ଅଭ୍ୟାସର ବ୍ୟବସ୍ଥା ମଧ୍ୟ କରାଯାଇଛି। ଇତି ମଧ୍ୟରେ ୧୬ଟି ହକି ଦଳକୁ ହକି ପ୍ରଶିକ୍ଷଣ ଦିଆଯାଉଛି। ଅଞ୍ଚଳର ସ୍ୱାଧିନତା ସଂଗ୍ରାମୀ ମଧୁ ଗଡ଼ତିଆଙ୍କ ନାମରେ ନାମିତ ହକି ଏକାଡେମୀ ମାଧ୍ୟମରେ ଉଦୀୟମାନ ଖେଳାଳିମାନଙ୍କୁ ତାଲିମ ଦେବା ସହିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବାକୁ ଉତ୍ସାହିତ କରାଯାଉଛି। ଏଣୁ ନିକଟରେ ଯୁଯୁମୁରାଠାରେ ଉଦଘାଟିତ ହୋଇଥିବା ଟର୍ଫ ହକି ଷ୍ଟାଡିୟମକୁ ସ୍ୱାଧିନତା ସଂଗ୍ରାମୀ ମଧୁ ଗଡ଼ତିଆଙ୍କ ନାମରେ ନାମିତ କରାଯାଉ। ଉଦଘାଟନୀ ଉତ୍ସବରେ ଉଚ୍ଚ ଶିକ୍ଷାମନ୍ତ୍ରୀ ତଥା ବିଧାୟକ ଇଂ ରୋହିତ ପୂଜାରୀ ଯୋଗ ଦେଇ ମଧୁ ଗଡ଼ତିଆଙ୍କ ନାମରେ କରିବାକୁ ଘୋଷଣା ମଧ୍ୟ କରିଥିଲେ। ଏଣୁ ଯୁଯୁମୁରା ହକି ଷ୍ଟାଡିୟମ ଓ ଏକାଡେମୀକୁ ମଧୁ ଗଡ଼ତିଆଙ୍କ ନାମରେ ନାମିତ କରିବା ସହିତ ରକ୍ଷଣାବେକ୍ଷଣ ଦାୟିତ୍ୱ ଏକାଡେମୀକୁ ଦିଆଗଲେ ଅଞ୍ଚଳବାସୀ ଚୀର କୃତଜ୍ଞ ହେବେ ବୋଲି ଜିଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।

 

- Advertisement -

 

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories