ଦେବାହାଲରେ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ‘ପୋଷଣ ମାହ’
![](https://samajalive.in/wp-content/uploads/2022/09/IMG-20220907-WA0196-650x430.jpg)
ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଳକ ଅନ୍ତର୍ଗତ ଦେବାହାଲ ଗ୍ରାମର ଅଙ୍ଗନୱାଡ଼ିଠାରେ ନେହେରୁ ଯୁବକେନ୍ଦ୍ର ବରଗଡ ତରଫରୁ ‘ପୋଷଣ ମାହ’ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ସ୍ଥାନୀୟ ଅଙ୍ଗନୱାଡିର ସଭାପତି ଶବ୍ଦ ବାରିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସତ୍ୟବାନ ବେହେରା ଉକ୍ତ ଗ୍ରାମର ନାଏବ ସରପଞ୍ଚ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅଙ୍ଗନୱାଡି କର୍ମୀମାନେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଖାଇବା ପାଇଁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବେଛାସେବୀ ଲିସା ପ୍ରଧାନ ସହଯୋଗ କରିଥିଲେ । ଗ୍ରାମର ବହୁ ସଂଖ୍ୟକ ମହିଳା ଉପସ୍ଥିତ ଥିଲେ ।
Comments are closed.