ରେଙ୍ଗାଲିକ୍ୟାମ୍ପ: ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ମନୋଜ ହରପାଳଙ୍କ ଅଧ୍ୟକ୍ଷତାରେ ବ୍ଲକର ଆଠଟି ୫ଟି ରୂପାନ୍ତରଣ ବିଦ୍ୟାଳୟକୁ ନେଇ ବିଦ୍ୟାଳୟରେ ସହ ପାଠ୍ୟକ୍ରମ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମେଣ୍ଟର ଓ ଛାତ୍ରଛାତ୍ରୀମାନଙ୍କୁ ୫ଟି କାର୍ଯ୍ୟକ୍ରମ ଉପରେ ବିଭିନ୍ନ ପ୍ରଶ୍ନୋତ୍ତର ମାଧ୍ୟମରେ କର୍ମଶାଳା ଆୟୋଜନର ଉଦ୍ଦେଶ୍ୟକୁ ପୁରଣ କରିବା ପାଇଁ କହିଥିଲେ।
ଏହି କର୍ମଶାଳାରେ ଉପ ଜିଲ୍ଲାପାଳ ଶୁଭେନ୍ଦୁ ସାମଲ, ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ମେହେର, ତହସିଲଦାର ସୌଭାଗ୍ୟ ବେହେରା, ବ୍ଲକ ଶିକ୍ଷାଧିକାରୀ ମଛିନ୍ଦ୍ର ମଲ୍ଲିକ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ଓ ତପନ କୁମାର ଦାସ, ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରା, ପ୍ରୋଗ୍ରାମ କୋ ଅର୍ଡିନେଟର ବରଗଡ଼ର ସମୀର ପ୍ରଧାନ, ମିଥୁନ ପଣ୍ଡା, କ୍ରିଷ୍ଠୋପର ଦୀପ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ହୋଇଥିଲେ। ବିଦ୍ୟାଳୟର ଶିକ୍ଷୟତ୍ରୀ ସୁପ୍ରଭା ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀଯୁକ୍ତ ହରପାଲ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ।



