୪୦ ବର୍ଷ ପରେ ବଦଳିଲା ଅତାବିରା ରସାୟନ ବିଜ୍ଞାନଗାର କଳେବର

ରେଙ୍ଗାଲିକ୍ୟାମ୍ପ: ଅତାବିରା ମହା ବିଦ୍ୟାଳୟରେ ଥିବା ୧୯୮୨ ମସିହାର ରସାୟନ ବିଜ୍ଞାନଗାରର କଳେବର ଆଜି ବଦଳି ଯାଇ ନୂତନତା ଲାଭ କରିଛି। ଛାତ୍ରଛାତ୍ରୀଙ୍କ ମନରେ ଭରି ଯାଇଛି ଅସୀମ ଆନନ୍ଦ। ଦୀର୍ଘ ୪୦ ବର୍ଷ ଧରି ସେତେବେଳର ତିଆରି ଏକ ଆଜବେଷ୍ଟସର ଭଙ୍ଗା ରୁଜା ବିଜ୍ଞାନଗାର ଭିତରେ ଅଞ୍ଚଳର ହଜାର ହଜାର ଛାତ୍ର ଛାତ୍ରୀ ପାଠ ପଢି ଆଜି ମଣିଷ ହୋଇ ସାରିଛନ୍ତି। ଏହା ଡାକ୍ତର ଓ ଇଞ୍ଜିନିୟର ଗଢ଼ିଦେଇ ସମସ୍ତ ବିଜ୍ଞାନ ପ୍ରେମୀ ଛାତ୍ର ଛାତ୍ରୀଙ୍କ ପାଇଁ ଏକ ଅନ୍ତରଙ୍ଗ ସାଥିଟିଏ ପାଲଟି ଯାଇଥିଲା ଏହି ବିଜ୍ଞାନ ଗୃହ। ଆଜି ତାର ପୁନଃ ନିର୍ମାଣ ହୋଇଛି। ପକ୍କା ଚଟାଣ ପରିବର୍ତ୍ତେ ହୋଇଛି ମାର୍ବଲ, ଆଜବେଷ୍ଟସ ଛାତ ପରିବର୍ତ୍ତେ ହୋଇଛି ପକ୍କା ଛାତ। ଏହି ନବ ନିର୍ମିତ ବିଜ୍ଞାନଗାର ଆଜି ଉଦଘାଟିତ ହୋଇଯାଇଛି ପୁଣ୍ୟ ଶ୍ରାବଣର ମଙ୍ଗଳ ମୁହୂର୍ତ୍ତରେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ବିନୀ କୁମାର ପ୍ରଧାନ ଙ୍କ ଅଧ୍ୟତାରେ ତଥା ତାଙ୍କର କରକମକରେ ଉଦଘାଟିତ ହୋଇଯାଇଛି ଏହି ବିଜ୍ଞାନଗାର।

 

prayash

ଏହି ଅବସରରେ ବିଭାଗୀୟ ମୁଖ୍ୟ ଡ.ସଂଘମିତ୍ରା ନାଏକ, ଅଧ୍ୟାପକ ଡ.ବିଶ୍ବରଂଜନ ପୂଜାରୀ, ଅଧ୍ୟାପକ ଅଶୋକ ପ୍ରଧାନ, ଜିଲା ରେଡ କ୍ରସ ସଂଯୋଜକ ପରମାନନ୍ଦ ରଥ, ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଯୁକ୍ତ ତିନି ପ୍ରଥମ, ଦ୍ବିତୀୟ ଓ ତୃତୀୟ ବର୍ଷର ମୋଟ ୯୬ ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ରହି ପୁରୁଣା ବିଜ୍ଞାନ ଗାର ରେ ରହିଥିବା ତାଙ୍କର ଅନୁଭୂତିକୁ ପ୍ରକାଶ କରିଥିଲେ। ଏହି ନୂତନ ପରୀକ୍ଷା ଗାର ରେ ସେମାନେ ଅଧିକ ସୁବିଧା ପାଇ ପାରିବେ ବୋଲି ଖୁସି ପ୍ରକାଶ କରିଥିଲେ। ଏହି ଖୁସିରେ ଆଜି ଛାତ୍ର ଛାତ୍ରୀ ମାନେ ନୃତ୍ୟ ଗୀତରେ ମଜ୍ଜି ଯାଇଥିଲେ।

kalyan agarbati

Comments are closed.