ଶିକ୍ଷକ ଅଭାବୀକୁ ନେଇ ବଢୁଛି ଅସନ୍ତୋଷ; ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍କୁଲରେ ପଡ଼ିଲା ତାଲା
ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଝିଲିମିଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲାଗି ରହିଛି ଶିକ୍ଷକ ଅଭାବୀ ସମସ୍ୟା । ଫଳରେ ପାଞ୍ଚ ଖଣ୍ଡ ଗ୍ରାମର ୨୬୦ଜଣ ଛାତ୍ରଛାତ୍ରୀ ପାଠ ପଢ଼ିବାର ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ଛାତ୍ରଛାତ୍ରୀ ଓ ଶିକ୍ଷକ ଅନୁପାତ ହିସାବରେ ୮ ଜଣ ଶିକ୍ଷକ ଆବଶ୍ୟକ କିନ୍ତୁ ଅଛନ୍ତି ୭ ଜଣ ଶିକ୍ଷକ । ହେଲେ ଉକ୍ତ ୭ ଜଣ ମଧ୍ୟରୁ ଜଣ କୁ ପୁଣି ବଦଳି ହୋଇଛି । ଯିଏ କି ଜଣେ ତାଲିମ ପ୍ରାପ୍ତ ବି.ଇ.ଡି ଶିକ୍ଷକ । ଯଦି ସେ ଚାଲି ଯାଉଛନ୍ତି ,ତେବେ ବିଦ୍ୟାଳୟରେ ଏମ୍ ଇ ବିଭାଗରେ ବିଜ୍ଞାନ ବିଷୟ ପଢେଇବ କିଏ ବୋଲି ପ୍ରଶ୍ନ ଉଠିଲାଣି । ଏ ନେଇ ଗତକାଲି ବିଦ୍ୟାଳୟ କମିଟି ତଥା ଅଭିଭାବକ ଅଭିଭାବିକା ମାନେ ବିଦ୍ୟାଳୟରେ ତାଲା ପକେଇ ସ୍ଥାୟୀ ଶିକ୍ଷକ ପଦବୀ ପୂରଣ ନହେବା ଯାଏ ସ୍କୁଲ୍ ବନ୍ଦ ରହିବ ବୋଲି ସ୍ୱର୍ ଉତ୍ତୋଳନ କରିଛନ୍ତି ।
ଏହି ଶିକ୍ଷକ ସମସ୍ୟା ନେଇ ଅନେକ ଥର ସେମାନେ ବ୍ଲକ ଶିକ୍ଷା କାର୍ଯ୍ୟାଳୟକୁ ଲିଖିତ ମାଧ୍ୟମରେ ଜଣେଇ ସାରିଛନ୍ତି । କିନ୍ତୁ ଆଜି ଯାଏ ଏହାର କୌଣସି ସମାଧାନ କରାଯାଇ ନାହିଁ । ପ୍ରକାଶ ଥାଉ କି କିଛି ଦିନ ତଳେ ଏହି ଶିକ୍ଷକ ବଦଳିକୁ ବନ୍ଦ କରିବା ନେଇ ବିଦ୍ୟାଳୟ କମିଟି ତାଲା ବନ୍ଦ କରିଥିଲେ । କିନ୍ତୁ ବ୍ଲକ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ ଯେ, ବିଦ୍ୟାଳୟର ସେହି ଶିକ୍ଷକଙ୍କୁ ବଦଳି କରାଯିବ ନାହିଁ । ତେଣୁ ସେମାନେ ତାଲା ଖୋଲିଥିଲେ । କିନ୍ତୁ ଆଠ ଦିନ ପରେ ସେହି ଶିକ୍ଷକଙ୍କୁ ବଦଳି କରାଯାଇ,ତାଙ୍କ ବଦଳରେ ଅନ୍ୟ ଏକ ଶିକ୍ଷକଙ୍କୁ ଡେପୁଟ କରାଯାଉଛି ।
ତେଣୁ ସ୍ଥାୟୀ ବିଜ୍ଞାନ ଶିକ୍ଷକ ଓ ଆଉ ଜଣେ ସହକାରୀ ଶିକ୍ଷକ ନଦେବା ଯାଏ ସ୍କୁଲ୍ ବନ୍ଦ ରହିବ ବୋଲି ଆଜି ଅନର୍ଦ୍ଧିଷ୍ଟ କାଳ ପାଇଁ ତାଲା ପକେଇଛନ୍ତି । ଗ୍ରାମବାସୀଙ୍କ ମଧ୍ୟରେ ଶିକ୍ଷକ ସମସ୍ୟା ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି । ସ୍କୁଲ୍ କମିଟି ସଭାପତି ରମେଶ କୁମାର ବଢେଇ, ଲକ୍ଷ୍ମୀ ମେହେର, ଅଚୂତା ମେହେର, ଅକ୍ଷୟ ବଢେଇ, ରୁକୁଣି ସାହୁ, କମଳାକାନ୍ତ ମହାପାତ୍ର, ଓମ୍ ପ୍ରକାଶ ପ୍ରଧାନ ପ୍ରମୁ ଙ୍କ ସମେତ ଗ୍ରାମବାସୀ ମିଳିତ ଉଦ୍ୟମରେ ଏହି ତାଲା ବନ୍ଦରେ ସାମିଲ ହୋଇଥିଲେ ।
Comments are closed.