www.samajalive.in
Monday, December 8, 2025
14.1 C
Bhubaneswar

ଅତାବିରା ବ୍ଲକ ସ୍ତରୀୟ ସ୍ବାସ୍ଥ୍ୟ ମେଳା ସମ୍ପନ୍ନ

ରେଙ୍ଗାଲିକ୍ୟାମ୍ପ : ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶର ଚାରିଆଡ଼େ ପାଳନ ହେଉଛି ଆଜାଦି କି ଅମୃତ ମହୋତ୍ସବ”।ଏଥିପାଇଁ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ  ପ୍ରତି  ବ୍ଲକକୁ  ଦୁଇ ଲକ୍ଷ ଟଙ୍କା  ଆର୍ଥିକ ରାଶି ପ୍ରଦାନ କରାଯାଉଛି   ମାଗଣାରେ ଲୋକଙ୍କୁ  ଚିକିତ୍ସା ଓ ଔଷଧ ପ୍ରଦାନ କରିବାପାଇଁ। ଏହି ଉପଲକ୍ଷେ  ଆଜି  ଅତାବିରା ବ୍ଲକ  ସ୍ଥରୀୟ ସ୍ବାସ୍ଥ୍ୟ ମେଳା ଲରମ୍ଭା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବିଶ୍ଵନାଥ ସାହୁଙ୍କ ତତ୍ବାବଧାନରେ ଆୟୋଜିତ ଏହି ସ୍ବାସ୍ଥ୍ୟ ମେଳାରେ  ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିବା ବେଳେ ଉପାଧ୍ୟକ୍ଷ ଅନନ୍ତ ମେହେର,ବିଧାୟିକା ପ୍ରତିନିଧି ଗଣେଶ ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ସ୍ବାସ୍ଥ୍ୟ ମେଳାରେ ଭେଷଜ,ଶିଶୁରୋଗ ,ଚକ୍ଷୁ ରୋଗ,ରକ୍ତଚାପ,ମଧୁମେହ,କର୍କଟ,ସ୍ତ୍ରୀ  ଓ  ପ୍ରସୂତି  ଆଦି  ବିଭାଗୀୟ  ୧୫ ଜଣ ଡାକ୍ତର  ଆୟୁର୍ବେଦିକ ଓ ଆୟୁଷ  ପଦ୍ଧତିରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ରୋଗୀଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇଥିଲେ। ଏଥି ସହ  ଯୋଗା, ପରାମର୍ଶ ସେବା ଆଦି ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇ ଲୋକଙ୍କୁ ଯୋଗ ଶିଖାଯାଇଥିଲା।
ଏହି ଅବସରରେ ସ୍କୁଲ୍ ଓ କଲେଜ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସ୍ବାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ  ସ୍ବାସ୍ଥ୍ୟ ଭିତ୍ତିକ ବିଷୟ ବସ୍ତୁ ଉପରେ ରଙ୍ଗୋଲି ଓ ବକୃତା ପ୍ରତିଯୋଗିତା କରାଯାଇ ଅତିଥିମାନଙ୍କ ଦ୍ଵାରା କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା। ଏହି ସ୍ବାସ୍ଥ୍ୟ ମେଳାରେ ଅଞ୍ଚଳର ୩ ଟି ସେକ୍ଟରର  ସ୍ଵୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରାଯାଇ  ତାର ପ୍ରଦର୍ଶନୀ ମଧ୍ୟ କରାଯାଇଥିଲା। ଏହି ଅବସରରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା  ୭୦୦ ରୁ ଉର୍ଦ୍ଧ୍ବ ରୋଗୀଙ୍କ ନାମ ପଞ୍ଜିକରଣ କରାଯାଇ ରୋଗୀଙ୍କୁ ନିର୍ଦ୍ଧିଷ୍ଟ ଡାକ୍ତରଙ୍କ ପାଖକୁ ପଠାଯାଇ ସେଠାରେ ତାଙ୍କର ଚିକିତ୍ସା କରିବା ସହ  ମାଗଣାରେ  ଔଷଧ ଦିଆଯାଇଥିଲା।
ଏହି ସ୍ବାସ୍ଥ୍ୟ ମେଳାକୁ ସୁପରିଚାଲିତ କରିବା ପାଇଁ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ  ଡଃ ରବି ନାରାୟଣ ମିଶ୍ର,ଡଃ ସେମାରଣି ନନ୍ଦ,ଡଃ  ରିତା  ବିଶ୍ଵାଳ, ଡଃ ଯଯାତି ରାଉତ ଓ ଡଃ ଭିଷ୍ମଦେବ ଭୋଇଙ୍କ ସମେତ ୭୦ ଜଣ କର୍ମଚାରୀ, ବ୍ଲକ କାର୍ଯ୍ୟାଳୟର  ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ,ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମାନିଶିବା ମହାପାତ୍ର,ନିର୍ବାହୀ ଯନ୍ତ୍ରୀ ଗୋପୀନାଥ କାଲୋଙ୍କ ସମେତ ୭୦ ଜଣ କର୍ମଚାରୀ ଓ ଲରମ୍ଭା ମହାବିଦ୍ୟାଳୟର ଅଧ୍ୟକ୍ଷ ,ଅଧ୍ୟାପକ ଡଃ ଅଜିତ ନାଥ,  ସମସ୍ତ  ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ତଥା ଆଶାକର୍ମୀ,ଅଙ୍ଗନୱାଡି କର୍ମୀ ଆଦି ପ୍ରାୟ ୧୮୦ ଜଣ କର୍ମୀ ନିୟୋଜିତ ହୋଇଥିଲେ। ଆଖପାଖ ଅଂଚଳର ୧୦୦୦ ରୁ ଉର୍ଦ୍ଧ୍ବ ଜନସାଧାରଣ ଏଥିରେ ଯୋଗ ଦେଇ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସେବା ପାଇ ଉପକୃତ ହୋଇଥିଲେ ଏହି ସ୍ବାସ୍ଥ୍ୟ ମେଳାକୁ ଆସିଥିବା ଲୋକଙ୍କୁ ପାନୀୟ ଜଳ ଯୋଗାଇବା,ସେମାନଙ୍କୁ ବିଶ୍ରାମ ପାଇଁ ସୁବିଧା ସୃଷ୍ଟି କରିବା ,ଗାଡ଼ି ପାର୍କିଂ ଆଦି କାର୍ଯ୍ୟ ରେ ଏନ୍ ସି ସି  ଛାତ୍ର ଛାତ୍ରୀ ମାନେ  ବିଶେଷ ସେବା ଯୋଗାଇଥିଲେ। ଶାନ୍ତି ଶୃଙ୍ଖଳାର ସହ ଏହି ସ୍ବାସ୍ଥ୍ୟ ମେଳା  ସମ୍ପନ୍ନ ହୋଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories