www.samajalive.in
Monday, December 15, 2025
17.1 C
Bhubaneswar

ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ; ୭ଗିରଫ

ରେଙ୍ଗାଲି: ଜମିବାଡି ବିବାଦକୁ ନେଇ ଠେଲକୁଲି ଥାନା ଅନ୍ତର୍ଗତ ବମାଲୋଇ ଭୁଲିଆପଡାରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଯାଇଛି। ପୁଳିସ ସୁତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ବମାଲୋଇ ଭୁଲିଆପଡାର ବୀରେନ୍ ଝାଙ୍କର (୪୬)ଙ୍କ ଉକ୍ତପଡାରେ ରହୁଥିବା କୈଲାସ ମେହେର ପରିବାର ସହିତ ଦୀର୍ଘ ଦିନରୁ ଜମିବାଡି ବିବାଦ ଲାଗି ରହିଥିଲା। ଉଭୟଙ୍କ ମଧ୍ୟରେ ବିଭିନ୍ ସମୟରେ ବାକ୍ ବିତଣ୍ଡା ତଥା ଗଣ୍ଡଗୋଳ ମଧ୍ୟ ଲାଗି ରହୁଥିଲା। ଆଜି ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟ୍ ସମୟରେ କୈଲାସ ମେହେର ଏବଂ ତାଙ୍କର ପରିବାରର କିଛି ସଦସ୍ୟ ବୀରନ୍ ଝାଙ୍କର ତାଙ୍କ ଘର ପାଖରେ ଥିବା ବେଳେ ତାଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ କରି ଇଟା ଏବଂ ଠେଙ୍ଗାବାଡିରେ ଅତି ନୃଶଂସ ଭାବରେ ଆକ୍ରମଣ କରିଥିଲେ।

 

- Advertisement -

ଫଳରେ ବୀରେନ୍ ଘଟଣା ସ୍ଥଳରେ ମୁମୁର୍ଷୁ ଅବସ୍ଥା ରେ ପଡି ଚେତା ହରାଇଥିଲେ। ଏସଂକ୍ରାନ୍ତରେ ସୂଚନା ପାଇ ଠେଲକୁଲି ଥନା ଅଧିକାରୀ ପ୍ରକାଶ କୁମାର କର୍ଣ୍ଣ ସଦଳବଳେ ଘଟଣା ସ୍ଥଳକୁ ପହଞ୍ଚି ଆହତ ବୀରେନଙ୍କୁ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖନାକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଥାନାରେ ହତ୍ୟା ମାମଲା ରୁଜ୍ଜୁ କରି ବିରେନ୍ ହତ୍ୟାକାଣ୍ଡର ତନାଘନା କରି ଏଥିରେ ସଂପୃକ୍ତ ଥିବା କୈଲାସ ମେହେର, ଭବାନୀ ମେହେର, ଆକୁଲ ମେହେର, ଅମୃତ ମେହେର, ଦ୍ରୁପଦ ମେହେର, ଆକୁଳ ମେହେର ପ୍ରମୁଖ ୭ଜଣ ଙ୍କୁ ଗିରଫ କରାଯାଇଥିବାର ଜଣାପଡିଛି। ହତ୍ୟାକାଣ୍ଡ ରେ ବ୍ୟବହୃତ ଇଟା ଏବଂ ଠେଙ୍ଗାବାଡି ଜବତ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories