www.samajalive.in
Tuesday, November 18, 2025
16.1 C
Bhubaneswar

୬ ବର୍ଷ ହେଲା ଅଧାପନ୍ତରିଆରେ ପଡିଛି ୪ ଥାକିଆ ରାସ୍ତା, ଡ୍ରେନ୍ କାମ : ଲୋକେ ହନ୍ତସନ୍ତ

ରେଙ୍ଗାଲି: ୬ ବର୍ଷ ହେଲା ଅଧାପନ୍ତରିଆରେ ପଡିଛି ୪ ଥାକିଆ ରାସ୍ତା, ଡ୍ରେନ୍ କାମ। ରେଙ୍ଗାଲିରୁ ଗଣେଶନଗରକୁ ଚାରିଥାକିଆ ରାସ୍ତା ନିର୍ମାଣ ପାଇଁ ୨୦୧୯ ମସିହା ଜାନୁଆରୀ ୩ ତାରିଖ ଦିନ ତତ୍କାଳୀନ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଶିଳାନ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ ତତ୍କାଳୀନ ସାଂସଦ ନଗେନ୍ଦ୍ର ପ୍ରଧାନ, ବିଧାୟକ ରମେଶ ପଟୁଆ ଉପସ୍ଥିତ ଥିଲେ। ତେବେ ବିଡମ୍ବନାର ବିଷୟ ଯେ ୨୦୧୯ରୁ ଆରମ୍ଭ ହୋଇ ଥିବା ରାସ୍ତା କାମ ୬ ବର୍ଷ ବିତିବାକୁ ବସିଲାଣି ସମ୍ପୂର୍ଣ୍ଣ ହୋଇ ପାରି ନାହିଁ। ରାସ୍ତା ସଂପ୍ରସାରଣ କାମ ପ୍ରାୟ ସରି ଯାଇଥିବା ବେଳେ ଉଭୟ ପାର୍ଶ୍ବର ଡ୍ରେନ୍ ନିର୍ମାଣ କାମ ଅଧାପନ୍ତରିଆରେ ପଡିଛି। ପ୍ରାୟ ୩୦%ରୁ ବେଶୀ କାମ ବାକି ଅଛି। ଗଣେଶନଗର ବଜରଙ୍ଗବଳୀ ମନ୍ଦିର ସାମ୍ନାରେ ଦୀର୍ଘ ମାସ ହେଲା ବଡ ଗର୍ତ୍ତ ଥିଲେ ମଧ୍ୟ ମରାମତି ହେଉନାହିଁ। ଫଳରେ ଏହା ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି। ଏଠାରେ ଥିବା ଡିଭାଇଡରରେ ଗ୍ୟାପ୍ ନଥିବାରୁ ଗ୍ରାମବାସୀ, ସ୍କୁଲ କଲେଜ, ଛାତ୍ରଛାତ୍ରୀ ରାସ୍ତା ଅତିକ୍ରମ କରି ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିପଦଜନକ ଅବସ୍ଥାରେ ରାସ୍ତା ଅତିକ୍ରମ କରିବାକୁ ପଡୁଛି। ଅପରପକ୍ଷରେ ଅଧାପନ୍ତରିଆ ମୁକୁଳା ଡ୍ରେନ୍ ଯୋଗୁଁ ଜନସାଧାରଣ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଡ୍ରେନ୍ କାମ ହୋଇଛି, ଡ୍ରେନ୍ ଉପରେ ଢାଙ୍କୁଣି ଦିଆଯାଇ ନାହିଁ। ମୁକୁଳା ହୋଇ ପଡିଥିବା ଡ୍ରେନରେ ବୁଲା ଗାଈ ଗୋରୁ ତଥା ଜନସାଧାରଣ ପଡି କ୍ଷତାହତ ହେଉଛନ୍ତି। ଅନେକ ସ୍ଥାନରେ ମୁକୁଳା ଡ୍ରେନ୍ ଡଷ୍ଟବିନ୍ ପାଲଟି ଥିବାର ଦେଖିବାକୁ ମିଳୁଛି। ଅସମ୍ପୂର୍ଣ୍ଣ ଡ୍ରେନ୍ ଯୋଗୁଁ ବର୍ଷା ଜଳ ନିଷ୍କାସନରେ ଘୋର ସମସ୍ୟା ଦେଖାଦେଉଛି। ଜନବସତି ତଳି ଅଞ୍ଚଳରେ ଥିବା ଘର ଭିତରକୁ ବର୍ଷା ପାଣି ପଶିଯାଉଛି। ଏହା ବ୍ୟତୀତ ଡ୍ରେନ୍ ମୁକୁଳା ପଡିଥିବାରୁ ଦୋକାନ ବଜାରକୁ ଯିବା ଆସିବାରେ ସମସ୍ୟା ଦେଖା ଦେଉଛି। ଡ୍ରେନ୍ ସମସ୍ୟା ବ୍ୟତୀତ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି। ଷ୍ଟ୍ରିଟ୍ ଲାଇଟ୍ କାଁଭାଁ କେଉଁଠି ମିଞ୍ଜିମିଞ୍ଜି ହୋଇ ଜଳୁଥିବା ବେଳେ ଅଧିକାଂଶ ଅଚଳ। ଆହୁରି ଅଧିକ ସଂଖ୍ୟକ ଷ୍ଟ୍ରିଟ୍ ଲାଇଟ୍ ଆବଶ୍ୟକତା ଥିଲେ ମଧ୍ୟ ଆବଶ୍ୟକତା ଅନୁସାରେ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇନାହିଁ। ଫଳରେ ଷ୍ଟ୍ରିଟ୍ ଲାଇଟ୍ ଥାଇ ନଥିଲା ଭଳି ଅବସ୍ଥା ଦେଖାଦେଉଛି। ଗତ ୬ ବର୍ଷ ହେଲା କଚ୍ଛପ ଗତିରୁ ଆହୁରି ମନ୍ଥର ଗତିରେ ଚାଲିଥିବା ୪ଥାକିଆ ରାସ୍ତା କାମ ସରିବାକୁ ଆଉ କେତେ ବର୍ଷ ଲାଗିବ। ଏ ଦଶନ୍ଧିରେ କାମ ସରିବ ତ ବୋଲି ଜନସାଧାରଣରେ ପ୍ରଶ୍ନ ହେଉଛି।
ଏସଂକ୍ରାନ୍ତରେ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ସୁମନ୍ତ କୁମାର ପରେଖଙ୍କ ମତ ଓ ମନ୍ତବ୍ୟ- ଚାରିଥାକିଆ ରାସ୍ତାରେ ଡ୍ରେନ୍ ନିର୍ମାଣ କାମ ପାଇଁ ଟଙ୍କା ମଞ୍ଜୁର ପାଇଁ ଏଷ୍ଟିମେଟ୍ ପଠାଯାଇଛି। ଟଙ୍କା ମଞ୍ଜୁର ହେଲେ ନିର୍ମାଣ କାମ ସମ୍ପୂର୍ଣ୍ଣ ହେବ। ରାସ୍ତା କାମ ଆରମ୍ଭରେ ଡ୍ରେନର ପ୍ଳାନ୍ ନଥିଲା।

ବାସ୍‌ ଗୋଟିଏ ଗ୍ଲାସ ଉଷୁମ କ୍ଷୀର; ଅମୃତ ସମାନ,ଏମିତି ପିଇଲେ ମିଳିବ ଚମତ୍କାରୀ ଲାଭ..

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories