www.samajalive.in
Monday, December 8, 2025
27.1 C
Bhubaneswar

ଟ୍ରକ ସହ ଚୋରି ପାଣି ପାଇପ ଜବତ: ୪ ଆନ୍ତଃରାଜ୍ୟ ଲୁଟେରା ଗିରଫ, ୩ ଫେରାର

ଫୁଲବାଣୀ: ପଶ୍ଚିମବଙ୍ଗରୁ ଆସି ଓଡ଼ିଶାରେ ପାଣି ପାଇପ ଚୋରି କରି ଫେରାର ମାରୁଥିବା ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୪ ଜଣଙ୍କୁ ଧରିଛି ପୁଲିସ। ସେମାନଙ୍କଠାରୁ ଏକ ଟ୍ରକ ସହ ଚୋରି ହୋଇଥିବା ପାଣିପାଇପ ଜବତ ହୋଇଛି। ଅନ୍ୟ ୩ ଜଣ ଫେରାର ହୋଇଯାଇଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ସୁପ୍ରସନ୍ନ ମଲିକ କହିଛନ୍ତି ଯେ, ଗତ କିଛିମାସ ହେଲା ରାଜ୍ୟ ସରକାରଙ୍କ ଜଳ ଓ ପରିମଳ ବିଭାଗ ଅଧୀନରେ କନ୍ଧମାଳ ଜିଲ୍ଲାରେ ମେଗା ଜଳ ଯୋଗାଣ ପ୍ରକଳ୍ପ କାମ ଆରମ୍ଭ ହୋଇଛି। ଜିଲ୍ଲାର ଫିରିଙ୍ଗିଆ ଓ ଗୋଛାପଡା ଅଞ୍ଚଳରେ ମଧ୍ୟ ଏହି କାମ ଆରମ୍ଭ ହୋଇଥିବା ବେଳେ କାମଟିକୁ ବିଭିନ୍ନ ଠିକା ସଂସ୍ଥା ଦ୍ୱାରା କରାଯାଉଛି। ଗୋଛାପଡା ଥାନା ଅଧୀନ ବନ୍ଦୁଲି ଓ ଖଜୁରୀଗାଁ ନିକଟରେ ପାଣି ପାଇପ ଲାଇନ କାମ ପାଇଁ ଲୁହାରେ ତିଆରି ପାଣିପାଇପ ଗଚ୍ଛିତ କରି ରଖାଯାଇଥିଲା। ଗତ ୧୧ ତାରିଖ ଦିନ ଲୁହାପାଇପକୁ କିଛି ଦୁର୍ବୃତ୍ତ ଚୋରି କରିନେଇଥିବା ନେଇ ଠିକା ସଂସ୍ଥା ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା (୧୬୦/୨୪) ରୁଜୁ କରି ତଦନ୍ତ ଚଳାଇଥିଲେ। ଥାନା ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ ଏହାର ତଦନ୍ତ କରୁଥିଲା। ପଶ୍ଚିମବଙ୍ଗ ନମ୍ବର ଥିବା ଏକ ଟ୍ରକରେ ପାଣି ପାଇପ ଗୋଛାପଡାରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳକୁ ସଂଯୋଗ କରୁଥିବା ରାସ୍ତାରେ ଯାଉଥିବା ଟିମକୁ ସୂଚନା ମିଳିଥିଲା। ପୁଲିସ ସୁଟାଣି ଘାଟି ନିକଟରେ ଟ୍ରକକୁ ଜବତ କରିବା ସହିତ ଚୋରି ହୋଇଥିବା ୧୦୦ଟି ପାଇପ ଜବତ ହୋଇଥିଲା। ଅଭିଯୁକ୍ତମାନେ ପଶ୍ଚିମବଙ୍ଗର ମୁର୍ସିଦାବାଦ ଅଞ୍ଚଳର ବୋଲି ଜଣାପଡିଛି। ସେମାନେ ହେଲେ ଟ୍ରକ ଡ୍ରାଇଭର ପାଲଟୁ ରଏ, ମହମ୍ମଦ ନାକସ ଡୋଲୀ, ମାଇନୁର ହୁସେନ ଓ ଇସ୍ରାଫଲ ବୋଲି ଜଣାପଡିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories