www.samajalive.in
Monday, December 15, 2025
15.1 C
Bhubaneswar

ଗୁଚ୍ଛାପାଲିରେ ସମଲେଶ୍ୱରୀ ଦେବୀଙ୍କ ଉଆଁସ ବଳିଯାତ୍ରା

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକର ଗୁଚ୍ଛାପାଲିରେ ଲଇଡା ଅଞ୍ଚଳର ଇଷ୍ଟଦେବୀ ସମଲେଶ୍ୱରୀଙ୍କ ପ୍ରସିଦ୍ଧ ଉଆଁସ ବଳିଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଲଇଡା ଅଞ୍ଚଳର ଇଷ୍ଟ ଦେବୀ ସମଲେଶ୍ୱରୀ ଙ୍କ ଆଦ୍ୟ ଆବିର୍ଭାବ ସ୍ଥଳୀ ଗୁଚ୍ଛାପାଲି ନିକଟ ଦେଇ ପ୍ରବାହିତ ଭେଡନ ନଦୀର ସମଲେଇ ଦରହରେ ଶାକ୍ତ ପରମ୍ପରା ଅନୁସାରେ ପୂଜା ଅର୍ଚ୍ଚନା କରାଯାଇଥିଲା। ଏହାପରେ ପୂଜକ କ୍ଷିରୋଦ ଚନ୍ଦ୍ର ପୂଜାରୀ ବରୁଆ ଦେହରେ ସମଲେଶ୍ୱରୀଙ୍କ ଛଡା ସିନ୍ଦୁରର ପ୍ରଳେପ ଏବଂ କପାଳ ରେ ଅରୁଆ ଚାଉଲ ର ଟିକି ଦେଇ ଦୈବୀ ଶକ୍ତି ସଞ୍ଚାର ପାଇଁ ତନ୍ତ୍ର ମନ୍ତ୍ର ପ୍ରୟୋଗ କରିଥିଲେ। ବରୁଆ ଦେହ ରେ ଦୈବୀ ଶକ୍ତି ସଞ୍ଚାର ପାଇଁ ଢୋଳ, ନିସାନ, ତାସା ମହୁରୀ, ଘଣ୍ଟଘଣ୍ଟାର ସମନ୍ୱିତ ଷୋହଳ ଭର୍ନିବାଦ୍ୟ ସହାୟକ ହୋଇଥିଲା। ଷୋହଳ ଭର୍ନିବାଦ୍ୟର ତାଳରେ ନୃତ୍ୟ କରି ଦେବୀ ବାହନ ବରୁଆ ଶ୍ରଦ୍ଧାଲୁ ଭକ୍ତମାନଙ୍କୁ ଦର୍ଶନ ଏବଂ ଆଶିର୍ବାଦ ଦେବାକୁ ଗ୍ରାମ୍ୟ ପରିକ୍ରମାରେ ବାହାରି ଗୁଚ୍ଛାପାଲି ଏବଂ ଲଇଡା ଗ୍ରାମ ପରିକ୍ରମା କରିଥିଲେ।

ବରୁଆ ଦେବୀ ସମଲେଶ୍ୱରୀ ଙ୍କ ସାକ୍ଷାତ ଅବତାର ବୋଲି ଜନସାଧାରଣ ରେ ଦୃଢ ଆସ୍ଥା ଓ ବିଶ୍ୱାସ ରହିଛି। ଦେବୀ ବାହନ ବରୁଆ ଗ୍ରାମ ପରିକ୍ରମା ଅବସରରେ ଘରେ ଘରେ ପୂଜା ଅର୍ଚ୍ଚନା ସହ ସ୍ୱାଗତ କରାଯାଇ ଛେଳି,କୁକୁଡା, ଫଳମୂଳ ଆଦି ଭୋଗ ଅର୍ପଣ କରାଯାଇଥିଲା। ଗ୍ରାମ୍ୟ ପରିକ୍ରମା ଅବସର ରେ ଦେବୀ ବାହନ ବରୁଆ ଶ୍ରଦ୍ଧାଲୁ ଭକ୍ତମାନଙ୍କ ଦୁଃଖ କଷ୍ଟ ବୁଝି ସଙ୍କଟ ରୁ ମୁକ୍ତି ପାଇଁଁ ଆଶିର୍ବାଦ ପ୍ରଦାନ କରିଥିଲେ। ଗ୍ରାମ୍ୟ ପରିକ୍ରମା ସାରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ସମୟ ରେ ମନ୍ଦିର ପ୍ରାଙ୍ଗଣରେ ଦେବୀ ବାହନ ବରୁଆ ଲଇଡା ଜମିଦାର ପୃଥ୍ୱୀରାଜ ସିଂହ ଏବଂ ତାଙ୍କ ଅନୁଗତଙ୍କ ସହ ଚାଚ୍ରୀ ନୃତ୍ୟ କରିଥିଲେ। ଏହି ଅବସରରେ ପୂଜକ କ୍ଷିରୋଦ ଚନ୍ଦ୍ର ପୂଜାରୀ ମନ୍ତ୍ର ପ୍ରୟୋଗ କରି ବରୁଆ ଶରୀରରୁ ଦୈବୀ ଶକ୍ତି ଅପସାରଣ କରିବାପରେ ବଳିଯାତ୍ରା ସମାପିତ ହୋଇଥିଲା। ଚଳିତ ବର୍ଷ ପୁରୁଷୋତ୍ତମ ନାଏକ (ମୁନୁ) ବରୁଆ ଦାୟିତ୍ୱ ନିର୍ବାହ କରିଥିଲେ। ଗୁଛାପାଲି ବଳିଯାତ୍ରା କମିଟି ର ସଭାପତି କୈଲାସ ଡନସନା, ସମ୍ପାଦକ ଯତିନ ଚାରଦିଆ କୋଷାଧ୍ୟକ୍ଷ ଚତୁର୍ଭୁଜ ଚାରଦିଆ, କେଶବ ପଟେଲ, ପଙ୍କଜ ନାଏକ, ଜିତେଶ ପଟେଲ, ଜଗନ୍ନାଥ ଚାରଦିଆ, ସୁକାନ୍ତ ପଟେଲ,ଖୁସିରାମ ଚାରଦିଆ, ରମଣୀ ରଞ୍ଜ ରଣବିଡା ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାଧାନ ରେ ପରିଚାଳିତ ଏହି ବଳିଯାତ୍ରା ଆୟୋଜନ ଏବଂ ପରିଚାଳନାରେ ଲଇଡା ବଳିଯାତ୍ରା ପୂଜା କମିଟୀ ଏବଂ ସ୍ଥାୟୀ କମିଟୀର କର୍ମକର୍ତ୍ତା ଓ ସଭ୍ୟମାନେ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories