www.samajalive.in
Saturday, December 13, 2025
23.1 C
Bhubaneswar

ଟ୍ରାକ୍ଟର ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ

ରେଙ୍ଗାଲି: ସମ୍ବଲପୁର ଜିଲାର କତରବଗା ଥାନା ଲଇଡା ଫାଣ୍ଡି ଅନ୍ତର୍ଗତ ମାନିକମୁଣ୍ଡା-ଜୁନାଡିହି ରୋଡରେ ଗତ ରାତିରେ ଏକ ଟ୍ରାକ୍ଟର ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ ବରଣ କରିଛନ୍ତି। ପୁଳିସ ସୁତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ମାନିକମୁଣ୍ଡା ଗ୍ରାମରୁ ଜୁନାଡିହି ଅଭିମୁଖେ ଯାଉଥିବା ଏକ ଟ୍ରାକ୍ଟର ସାମ୍ନା ପଟୁ ଏକ ବାଇକରେ ମାନିକମୁଣ୍ଡା ଗ୍ରାମକୁ ଆସୁଥିବା ସୁମିତ ବାଗ(୧୯) ଏବଂ ଅଖିଳ କୁମୁରା(୩୫)ଙ୍କୁ ଧକ୍କା ଦେଇଥିଲା। ଫଳରେ ସୁମିତ ବାଗର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଅଖିଳ କୁମୁରା ଗୁରୁତର ଆହତ ହୋଇଥିଲେ।

ଘଟଣାର ଖବର ପାଇ ଲଇଡା ଫାଣ୍ଡି ଅଧିକାରୀ ଯୋଗେଶ୍ବର କିସାନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ଆହତ ଅଖିଳକୁ ଉଦ୍ଧାର କରି ଆମ୍ବୁଲାନ୍ସରେ ସମ୍ବଲପୁର ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇ ଥିଲେ। ସେଠାରେ ଡାକ୍ତର ଅଖିଳକୁ ମୃତ ଘୋଷଣା କରିଥିଲେ। ଏସଂକ୍ରାନ୍ତରେ ମୃତକଙ୍କ ପରିବାର ଆଜି ସନ୍ଧ୍ୟାରେ ଏତଲା ଦେଲାପରେ ଥାନାରେ ଏକ ମାମଲା ରଜ୍ଜୁ କରି ପୁଲିସ ତଦନ୍ତ ଜାରି ରଖିଛି। ଦୁର୍ଘଟଣା ଘଟାଇ ଟ୍ରାକ୍ଟର ଚାଳକ ଘଟଣା ସ୍ଥଳରୁ ଟ୍ରାକ୍ଟର ଧରି ଫେରାର ହୋଇଯାଇଥିବାରୁ ଟ୍ରାକ୍ଟର ଓ ଚାଳକକୁ ଧରିବାକୁ ପୁଲିସ ତନାଘନା ଜାରି ରଖିଛି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories